ଦେଶରେ ୯ହଜାର ୯୦୦ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା, ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ବୋଲ ମାନୁନି କରୋନା । ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ଟପିଥିବାବେଳେ  ମୃତ୍ୟୁ ସଂଖ୍ୟା ୯ହଜାର ୯୦୦ରେ ପହଞ୍ଚିଛି ।  ମହାରାଷ୍ଟ୍ରରେ ଲକ୍ଷେ ୧୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ଯା । ଏହାସହ ୪ ହଜାର ୧୨୮ ଜଣଙ୍କ ମୁଣ୍ଡ ନେଇଛି ଏହି ଭାଇରସ । ଅପରପଟେ ତାମିଲନାଡୁରେ ୪୬ ହଜାର ୫୦୪, ଦିଲ୍ଲୀରେ ୪୨ ହଜାର ୮୨୯ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

New Projectସେହିପରି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ଟପିଲାଣି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ୧୩ ହଜାର ୬୭୯ରେ ପହଞ୍ଚିଛି । ମାତ୍ର ସପ୍ତାହକ ମଧ୍ୟରେ ୧୦ ଲକ୍ଷ ନୂଆ କେସ୍‌ ସାମ୍ନାକୁ ଆସିଛି । ବିଶ୍ୱରେ ମୋଟ୍‌ ୪ ଲକ୍ଷ ୩୯ ହଜାର ୮୫ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ସେହିପରି ୪୨ ଲକ୍ଷ ୧୩ ହଜାର ୬୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ସୂଚନା ଅନୁଯାୟୀ, ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.