ଏୟାର୍ ଇଣ୍ଡିଆର ବଡ ନିଷ୍ପତ୍ତି, ୩୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ବନ୍ଦ

କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ମହାମାରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୯,୦୦୦ ଲୋକ ପ୍ରାଣ ହରାଇ ସାରିଲେଣି । ଏଥିରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ୍ ଭଳି ଉପାୟ ଆପଣାଉଛନ୍ତି ସରକାର । ତେବେ ଏହି ସମୟରେ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଓ ଘରୋଇ ବିମାନ ଉଡାଣକୁ ରଦ୍ଦ କରିଦିଆଯାଇଛି । ଏହାସହିତ ଟ୍ରେନ୍, ମେଟ୍ରୋ, ବସ୍ ସମେତ ସମସ୍ତ ବାହନ ଗୁଡିକ ଉପରେ ମଧ୍ଯ ରୋକ୍ ଲଗାଇ ଦିଆଯାଇଛି ।

एयर इंडिया

ତେବେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ୧୪ ଏପ୍ରିଲ ପରେ ଲକ୍ ଡାଉନ୍ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ଏୟାର୍ ଇଣ୍ଡିଆ ସମସ୍ତ ଘରୋଇ ଏବଂ ଆନ୍ତରାଷ୍ଟ୍ରୀୟ ବିମାନ ଉଡାଣର ବୁକିଂକୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ତେବେ ୩୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଉଡାଣ ପାଇଁ ବୁକିଂ ବନ୍ଦ ରହିବ ବୋଲି ଗତକାଲି ଏୟାର୍ ଇଣ୍ଡିଆ ପକ୍ଷରୁ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.