ମାରାଥନର ବିଶ୍ୱରେକର୍ଡ଼ ଧାରୀଙ୍କୁ ମହଙ୍ଗା ପଡ଼ିଲା କର୍ଫ୍ୟୁର ଉଲ୍ଲଂଘନ, ଜେଲରେ କାଟିବାକୁ ପଡୁଛି ରାତି

ସାରା ଦୁନିଆରେ ଯେଉଁଠି ଖେଳାଳୀମାନେ କରୋନାକୁ ନେଇ ଲୋକମାନଙ୍କୁ ସଚେତନ କରାଉଛନ୍ତି ଅନ୍ୟପଟେ ମାରାଥନର ପୂର୍ବ ବିଶ୍ୱ ରେକର୍ଡ଼ ଧାରକ କେନିଆର ୱିଲସନ୍ କିପ୍ସାଙ୍ଗ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି । ଯେତେବେଳେ କି ସେ ନିଜେ ଜଣେ ପୋଲିସ୍ ଅଫିସର ଅଟନ୍ତି । ତେବେ ଲକ୍ ଡାଉନର ଉଲ୍ଲଂଘନ କରି ୱିଲସନଙ୍କୁ ଗୋଟିଏ ରାତି ଜେଲରେ କାଟିବାକୁ ପଡିଛି । କର୍ଫ୍ୟୁ ସମୟରେ ମଦ ପିଇ ଗ୍ରୁପ ହୋଇ ପୁଲ ଖେଳୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ୍ କରିଛି ।

ସୂଚନା ଅନୁଯାୟୀ ୱିଲସନ୍ ୨୦୧୩ ମସିହାରେ ବର୍ଲିନ ମାରାଥନ ବିଶ୍ୱ ରେକର୍ଡ଼ ସହିତ ଜିତିଥିଲେ । ଲଣ୍ଡନ ଅଲମ୍ପିକ୍ ୨୦୧୨ ମସିହାର ବ୍ରୋଞ୍ଜ ମେଡାଲିଷ୍ଟ ୱିଲସନଙ୍କୁ ଡୋପିଂ ସମୟରେ World Integrity Anti Doping Unit (AIU) ଅସ୍ଥାୟୀ ରୂପେ ନିଲମ୍ବିତ କରିଛି ।

ତେବେ ଚଳିତ ସପ୍ତାହରେ ସରକାରୀ ନିର୍ଦ୍ଦେଶକୁ ପାଳନ ନକରୁଥିବାରୁ ପୋଲିସ ୧୨ ଜଣ ଆଥଲେଟଙ୍କୁ ଗିରଫ୍ କରିସାରିଛି । ମାରାତ୍ମକ କରୋନା ସମୟରେ ଏମାନେ ସାମୁହିକ ଟ୍ରେନିଂ ନେଉଥିଲେ ଏବଂ ବର୍ତ୍ତମାନ୍ କ୍ୟାମ୍ପକୁ ବନ୍ଦ କରିଦିଆଯାଇଛି । କେନିଆନ୍ ସରକାର ବର୍ତ୍ତମାନ ସାମୁହିକ ରୂପେ ଏକତ୍ର ହେବା ଉପରେ ପ୍ରତିବନ୍ଧ ଲଗାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.