ବାରିକେଡରେ ବନ୍ଧା ରାଜଧାନୀ ରାସ୍ତା : ସବୁଠି ଶୂନ୍ୟତା, ନିୟମ ଭାଙ୍ଗି 4 ଗିରଫ

ଭୁବନେଶ୍ୱର : ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ହୋଇଯାଇଛି ପୂରା ପୂରି ସଟ ଡାଉନ । ସବୁଠି ଖାଁ ଖାଁ । ବିଭିନ୍ନ ରାସ୍ତାରେ ବ୍ୟାରିକେଡ଼ କରାଯାଇଛି । କେବଳ ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଆଉ କେହି ଦେଖିବାକୁ ମିଳୁ ନାହାନ୍ତି । ଲୋକେ ନିଜ ନିଜ ଘରେ ରହିଛନ୍ତି । କହିବାକୁ ଗଲେ ସାରା ସହର ନିରବି ଯାଇଛି । କେବଳ ସ୍ୱାସ୍ଥ୍ୟ, ପୋଲିସ, ଅଗ୍ନିଶମ, ଜଳ, ବିଦ୍ୟୁତ ଆଦି ଅତ୍ୟାବଶ୍ୟକ ବିଭାଗ କର୍ମଚାରୀ କାମରେ ଲାଗିଛନ୍ତି । ଏହି ସଟ ଡାଉନ ଶୁକ୍ରବାର ରାତି 8ଟାରୁ ରବିବାର ରାତି 8ଟା ପର୍ଯ୍ୟନ୍ତ ପୂରା 48 ଘଣ୍ଟା ବଳବତ୍ତର ରହିବ. ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ସର୍ବସାଧାରଣାଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

CP-1

ସେହିପରି ଡାୟାଲିସିସରେ ଥିବା ରୋଗୀଙ୍କୁ ପାସ ପାଇଁ 100ରେ ଫୋନ କରିବାକୁ ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ଟ୍ଵିଟ କରିଛନ୍ତି । ସେପଟେ ସକାଳେ ନିୟମ ଭାଙ୍ଗି 4 ଜଣ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.