Below header

ଲକ୍‌ଡାଉନ୍‌ ଭାଙ୍ଗିଲେ ସିଧା ଜେଲ୍‌ ଆଉ ଜରିମାନା, ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ସଚିବ ଦେଲେ ନିର୍ଦ୍ଦେଶ

ଲକ୍‌ଡାଉନ୍‌ ବେଳେ ବାହାରକୁ ନଆସିବା ପାଇଁ ଥିବା ନିର୍ଦ୍ଦେଶକୁ ମାନୁ ନାହାଁନ୍ତି କିଛି ଅମାନିଆ ଲୋକେ । ସାରା ଦେଶରେ ଏହି ସମସ୍ୟା ଏବେ ବଢ଼ିବାରେ ଲାଗିଛି । କେଉଁଠି ତ ଏମାନେ ପୋଲିସ ଉପରେ ବି ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରାକାର ଏବେ ଆହୁରି କଠୋର ପଦକ୍ଷେପ ନେଇଛନ୍ତି । ଫଳରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗିଲେ ଅଭିଯୁକ୍ତଙ୍କୁ ଆଇପିସି(ଇଣ୍ଡିଆନ୍‌ ପେନାଲ କୋର୍ଡ)ରେ ବୁକ୍‌ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟକୁ ପତ୍ର ଲେଖିଛନ୍ତି ।

 

ଏଥିରେ ଉଲଂଘନକାରୀଙ୍କୁ ଡିଜାଷ୍ଟର ମ୍ୟାନେଜମେଣ୍ଟ(ଡିଏମ୍‌) ଆକ୍ଟ ଦଫା ୫୧ରୁ ୬୦ ଓ ଇଣ୍ଡିଆନ୍‌ ପେନାଲ୍‌ କୋର୍ଡ ଦଫା ୧୮୮ ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିଏମ୍‌ ଆକ୍ଟ ଦଫା ୫୧ ଅନୁଯାୟୀ ୧ବର୍ଷ ଜେଲ ଦଣ୍ଡ(ଦୁଇ ବର୍ଷ ଜେଲ୍‌ ଯଦି ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରୁଥାଏ କିମ୍ବା ସରକାରୀ ଚାକିରୀଆଙ୍କୁ ରୋକିଲେ ଆର୍ଥିକ ଦଣ୍ଡ ) ।

letter.jpg-1

ଦଫା ୫୪ ଅନୁଯାୟୀ ମିଥ୍ୟା ଧମକ ଦେଲେ ୧ବର୍ଷ ଜେଲ୍‌ ଓ ଦଫା ୫୨,୫୩ ମିଛ ଅର୍ଥ ଦାବି କିମ୍ବା ଅର୍ଥ ତୋଷରପାତ ପାଇଁ ୨ବର୍ଷ ଜେଲ୍‌ । ଏଥି ସହ ଡିଏମ୍‌ ଆକ୍ଟରେ ମଧ୍ୟ ସରକାରୀ ବିଭାଗ, କମ୍ପାନୀ ଓ ସରକାରୀ ଅଫିସରଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯାଇଛି ।

ସେହିପରି ଆଇପିସି ଦଫା ୧୮୮ ଅନୁଯାୟୀ ୬ମାସ ଜେଲ୍‌ କିମ୍ବା ଜେଲ୍‌ ସହ ଫାଇନ୍‌ । ଯଦି ଏଥିରେ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ କିମ୍ବା କୈାଣସି ସରକାରୀ ଅଫିସରଙ୍କ ନିର୍ଦ୍ଦେଶ ଅବମାନନା କରାଯାଏ ତେବେ ଦଫା ୧୮୮ ଅନୁଯାୟୀ ୨ବର୍ଷ ଜେଲ୍‌ ମଧ୍ୟ ମିଳିପାରେ ବୋଲି ଜଣାଯାଇଛି ।

ଏହାକୁ ଆଇନ ରକ୍ଷକମାନେ ଦୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ସଚିବ ତାଙ୍କ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.