Below header

ରାଜଧାନୀରେ ପୁଣି ସପ୍ତାହେ ବଢିଲା ଲକଡାଉନ, କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାର ନେଲେ ଏଭଳି ନିଷ୍ପତ୍ତି

ରାଜଧାନୀ ଦିଲ୍ଲୀରେ ଲକଡାଉନ ଅବଧି ଆଉ ସପ୍ତାହେ ବଢ଼ିଲା। ମହାମାରୀ କରୋନାର ପ୍ରକୋପକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛିା କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ମେ ୧୭ ଯାଏଁ ଲକ୍ଡାଉନ କଟକଣା ବଳବତ୍ତର ରହିବ।

ପୂବର୍ରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଥିଲା ଲକଡାଉନ୍ । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ। ଏଥର ବନ୍ଦ ରହିବ ମେଟ୍ରୋ ସେବା। କାଲିଠୁ ଦିଲ୍ଲୀରେ ଗଡ଼ିବ ନାହିଁ ମେଟ୍ରୋ ଟ୍ରେନ୍। ଗତ ୨୪ ଘଣ୍ଟାରେ ୩୩୨ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍ଡାଉନ୍ ଲଗାଇଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.