Below header

ବିଶ୍ୱରେ ୩୦ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏଯାଏ ଗଲାଣି ୨ଲକ୍ଷ ୧୧ହଜାର ୪୩୧ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ଟି ଦେଶରେ ଏଯାଏ ୩୦ଲକ୍ଷ ୬୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ଲକ୍ଷ ୨୧ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧୧ହଜାର ୪୩୧ । ଆମେରିକାରେ ୧୦ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ୫୬ ହଜାର ୭୯୬ ମୃତ୍ୟୁ ହୋଇଛି । ସ୍ପେନ୍‌ରେ ୨ଲକ୍ଷ ୨୯ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୩ ହଜାର ୫୨୧ ଜଣଙ୍କର ଜୀବନ ଗଲାଣି ।

coronavirusଇଟାଲିରେ ୧ଲକ୍ଷ ୯୯ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୬ହଜାର ୯୭୭ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ୧ଲକ୍ଷ ୬୫ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୩ ହଜାର ୨୯୩ ଜଣଙ୍କର ଜୀବନ ଗଲାଣି। ଜର୍ମାନୀରେ ୧ଲକ୍ଷ ୫୮ହଜାର ଆକ୍ରାନ୍ତ ହୋଇଥିବା ବେଳେ ୬୦୬୧ଜଣଙ୍କର ମୃତ୍ୟୁ ହୋଇଛି । ବ୍ରିଟେନ୍‌ରେ ୧ଲକ୍ଷ ୫୭ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୧ହଜାର ୦୯୨ ମୃତ୍ୟୁ ହୋଇଛି । ଇରାନ୍‌ରେ ୯୧ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୫୮୦୬ ମୃତ୍ୟୁ ହୋଇଛି । ଚୀନ୍‌ରେ ୮୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪୬୩୩ ମୃତ୍ୟୁ ହୋଇଛି । ଚୀନ୍‌ରେ ୮୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪୬୩୩ ମୃତ୍ୟୁ ହୋଇଛି । ବେଲ୍‌ଜିୟମ୍‌ରେ ୪୬ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୭୨୦୭ଜଣଙ୍କର ଜୀବନ ଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.