ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଖିଲାଡୀ କୁମାର ଅକ୍ଷୟ, ମୁମ୍ବାଇ ପୋଲିସକୁ ଦେଲେ ଆର୍ଥିକ ସହାୟତା

ଦିନ କୁ ଦିନ ବିଶ୍ୱ ବ୍ୟାପୀ କରୋନା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀକୁ ନେଇ ଭାରତ ସମେତ ସମ୍ପୂର୍ଣ୍ଣ ବିଶ୍ୱ ଆଜି ଚିନ୍ତିତ । ପ୍ରତିଦିନ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଥିବା ବେଳେ ଅନେକ ଲୋକ ଜୀବନ ହାରୁଛନ୍ତି । ଏପରି ଏକ ଦୁଃସ୍ଥିତି ସମୟରେ ଅନେକ ସହୃଦୟ ବ୍ୟକ୍ତି ନିଜ ସାହାଯ୍ୟର ହାତ ବଢାଇବାର ଅନେକ ନଜିର ରହିଛି । ଏନେଇ ବଲିଉଡରେ ଖିଲାଡୀ କୁମାର ଭାବେ ପରିଚିତ ଅକ୍ଷୟ କୁମାର ବି ପୁଣି ଥରେ ଆଗେଇ ଆସିଛନ୍ତି ।

କରୋନା ଭାଇରସ ସହ ଲଢ଼ିବା ପାଇଁ ପିଏମ କେୟାର ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିବା ପରେ ମୁମ୍ବଇ ପୋଲିସକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସି ୨ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି । ଏବିଷୟରେ ଖୋଦ ମୁମ୍ବାଇ ପୋଲିସ କମିସିନର ପରମ ବୀର ସିଂହ ହିଁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେବା ସହ “ମୁମ୍ବାଇ ପୋଲିସ ଫାଉଣ୍ଡେସନ”କୁ ଦାନ କରିଥିବାରୁ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କ ଏହି ସାହାଯ୍ୟ ଆଗକୁ ଦେଶ ସୁରକ୍ଷା ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ ରଖିଥିବା ସମସ୍ତ ପୋଲିସ ଭାଇ ଭଉଣୀ ମାନଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବ ।

akhya

ଅନ୍ୟ ପକ୍ଷରେ ପରମ ବୀର ସିଂହଙ୍କ ଟ୍ୱିଟର ଜବାବ ଦେବାକୁ ଯାଇ ଅକ୍ଷୟ ଲେଖିଛନ୍ତିକି, ମୁଁ ମୁମ୍ବାଇ ପୋଲିସ ହେଡ଼ କନେଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ଶୂରବେଙ୍କୁ ନିଜ ସଲାମ ଜଣାଉଛି । ଯେଉଁମାନେ କରୋନା ଭାଇରସ ସହ ଲଢେଇରେ ନିଜ ନିଜ ଜୀବନ ସମର୍ପିତ କରିଛନ୍ତି । ମୁଁ ନିଜ କର୍ତ୍ତବ୍ୟ କରିଛି, ଆଶା କରୁଛି ଆପଣ ମାନେ ବି ନିଜ ନିଜ କର୍ତ୍ତବ୍ୟ କରନ୍ତୁ । ଆମେ ଭୁଲିଯିବା ଉଚିତ ନୁହେଁ କି, କେବଳ ସେହି ମାନଙ୍କ ପାଇଁ ହିଁ ଆମେ ସୁରକ୍ଷିତ ଭାବେ ରହି ପାରୁଚୁ । ଅକ୍ଷୟଙ୍କ ଏହି ପଦକ୍ଷେପ ଓ ତାଙ୍କ ସହୃଦୟତାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.