Below header

ବଦଳିଗଲାଣି ସନ୍ନିଙ୍କ ଚେହେରା, ସହାୟତା ପାଇଁ ଶତକ ପିଛା ଦେଲେ ୧ଲକ୍ଷ

କରୋନା ମାହାମାରୀ ପାଇଁ ଜାରି କରାଯାଇଥିବା ଲକଡାଉନ କାରଣରୁ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଚେହେରା ବଦଳିଗଲାଣି। ସର୍ବଦା ଚିକ୍କଣ ରହୁଥିବା ସନ୍ନିଙ୍କ ଧଳା ଦାଢ଼ି ଏବେ ତାଙ୍କ ପ୍ରସଂଶକଙ୍କୁ ଚିହ୍ନିବା ପାଇଁ ଦ୍ଵନ୍ଦରେ ପକାଇଦେଇଛି। ଏଭଳି ପରିସ୍ଥିତିରେ ଗାଭାସ୍କର କହିଛନ୍ତି, ସମ୍ପୂର୍ଣ୍ଣ ପରିବାର ମୋ ସହିତ ରହିଥିଲେ ଅଧିକ ଭଲ ହୋଇଥାନ୍ତା କିନ୍ତୁ ପୁରା ପରିବାର ମୋ ପାଖରେ ନଥିଲେ ମଧ୍ୟ ସ୍ମାର୍ଟଫୋନ ଥିବାରୁ ଭିଡ଼ିଓ କଲିଂ ଜରିଆରେ ସେମାନଙ୍କ ସହ ସମ୍ପର୍କରେ ରହିପାରୁଛି। ବର୍ତ୍ତମାନ ମୁଁ ଏଭଳି ପରିସ୍ଥିତିରେ ଡେରିରେ ଉଠୁଥିବା ବେଳେ ମୋର ଦାଢ଼ି ବଢିଯିବା ସହ ଓଜନ ମଧ୍ୟ କମି ଗଲାଣି। ଏକ ସାକ୍ଷାତକାର ମାଧ୍ୟମରେ ଗାଭାସ୍କର କହିଛନ୍ତି, ଏବେ ମୁଁ ନିଜ ଅଗଣାରେ ଚାଲୁଛି ଏବଂ ସନ୍ଧ୍ୟାରେ କିଛି ଟେଲି ଧାରାବାହିକ ଦେଖୁଛି।

pic

କରୋନା ଲଢ଼େଇ ଲାଗି ୫୯ଲକ୍ଷ ଟଙ୍କା ପ୍ରଦାନ ସମ୍ପର୍କରେ ଗାଭାସ୍କର କହିଛନ୍ତି, ଟେଷ୍ଟ ଓ ଦିନିକିଆରେ ମୁଁ ୩୫ଶତକ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ୩୫ଲକ୍ଷ ଟଙ୍କା ଏବଂ ମୁମ୍ବାଇ ପାଇଁ ୨୪ଶତକ ହାସଲ କରିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ୨୪ଲକ୍ଷ ଟଙ୍କା ପ୍ରଦାନ କରିଛି। ଭାରତ ପାଇଁ ମୁଁ ସବୁକିଛି ପାଇଥିବାରୁ ସରକାର ଅଧିକ ଚାହିଁଲେ ମୁଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଗାଭାସ୍କର। ସୂଚନା ଅନୁଯାୟୀ ସର୍ବପ୍ରଥମେ ଟେଷ୍ଟ କ୍ରିକେଟର ୧୦,୦୦୦ ରନ ମାଇଲଖୁଣ୍ଟ ଅତିକ୍ରମ କରିଥିବା ଗାଭାସ୍କର ଭାରତ ପାଇଁ ୧୨୫ଟେଷ୍ଟରୁ ୧୦,୧୨୨ ରନ ଏବଂ ୧୦୮ ଦିନିକିଆରୁ ୩୦୯୨ ରନ ସଂଗ୍ରହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.