Below header

ମନ୍ଦିର ପରିସରରେ ଦୁଇ ପୂଜାରୀଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡୁବୁଡୁ ଶବକୁ ଉଦ୍ଧାର କଲେ ଗ୍ରାମବାସୀ

ଉତ୍ତରପ୍ରଦେଶ : ଲକଡାଉନରେ ଲୋକେ ଘରେ ଥିବାବେଳେ ୟୁପିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବୁଲନ୍ଦସହରର ଅନୁପସହର କୋତୱାଲୀରେ ଦୁଇ ସାଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମନ୍ଦିର ପରିସରରେ ଶୋଇଥିବା ଅବସ୍ଥାରେ ଦୁଇ ସାଧୁଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଘଟଣା ପରେ ଲୋକେ ଗ୍ରାମବାସୀ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛି। ୟୁପିର ଯୋଗୀ ସରକାର ଏହି ମାମଲାକୁ ଅତି ଗମ୍ଭୀର ଭାବରେ ନେଇଛନ୍ତି ଏବଂ ଜିଲ୍ଲାଧିକାରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ ଦୁଇ ଜଣ ସାଧୁ ଶିବ ମନ୍ଦିରର ଦେଖାଶୁଣା କରୁଥିବା ଏବଂ ସେହି ମନ୍ଦିରର ପୁରୋହିତ କାମ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ମନ୍ଦିର ପରିସରରେ ହିଁ ଦୁଇ ଜଣ ସାଧୁଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ସକାଳୁ ଯେତେବେଳେ ଗାଁ ଲୋକେ ମନ୍ଦିରକୁ ଗଲେ ଦୁଇ ସାଧୁଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖିବାକୁ ପାଇଲେ। ଏହା ଦେଖି ସେମାନଙ୍କର ଲୋମ ଟାଙ୍କୁରି ପଡିଲା।

ତେବେ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାର ପ୍ରାଥମିକ ତଦନ୍ତରେ ଅଭିଯୁକ୍ତ ସବୁ ଓଗାଳି ଦେଇଥିଲା। ଅଭିଯୁକ୍ତର କହିବାନୁଯାୟୀ ଏହି ଦୁଇ ପୂଜାରୀଙ୍କ ଚିମଟାକୁ ସେ ଗାୟବ କରିଦେଇଥିଲା ଯାହାପରେ ଦୁଇ ଜଣ ପୂଜାରୀ ତାକୁ ବହୁତ ଗାଳି କରିଥିଲେ। ଏହାପରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଆଜି ସକାଳୁ ଦୁଇ ପୂଜାରୀଙ୍କ ଅତି ନିର୍ମମ ଭାବେ ହତ୍ୟା କରିଛି। ତେବେ ଘଟଣାର ଅଧିକ ତଦନ୍ତ ପାଇଁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.