Below header

ଘାତକ ସାଜିଛି କରୋନା ଭାଇରାସ: ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଲା, ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ୬୦ ବର୍ଷରୁ ଅଧିକ ବୟସ୍କ

ନୂଆଦିଲ୍ଲୀ: ଘାତକ ସାଜିଛି କରୋନା ଭାଇରାସ। ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। କରୋନା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ଚିକିତ୍ସାଧିନ ଅଛନ୍ତି ୪ହଜାର ୪୨୧। ସୁସ୍ଥ ହୋଇଛନ୍ତି ୩୧୮ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲରେ ୩ହଜାର ୮୫୧ଜଣ ଚିକିତ୍ସାଧୀନ ଅଛନ୍ତି।

Corona୫ଟି ସହରରେ ୩୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ହାଇଦ୍ରାବାଦ, ଇନ୍ଦୋର ଓ ପୁନେରେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଶହ ପାଖାପାଖି। ବର୍ତ୍ତମାନ ପର୍ଯ୍ୟନ୍ତ ୪୫ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌। ଦିଲ୍ଲୀରେ ୫୨୩ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ୬୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.