Below header

କଥକ ନୃତ୍ୟ ମାଧ୍ୟମରେ ଏହି ନୃତ୍ୟଶିଳ୍ପୀ କହିଲେ, ‘ଜଲଦି ଦୂର ହୋଇଯିବ ସଙ୍କଟ, ଆଶା ଛାଡ଼ନ୍ତୁ ନାହିଁ’, video viral

କରୋନା ଲଢେଇରେ ସମସ୍ତେ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି। ସେପଟେ ସୋସିଆଲ ମିଡିଆରେ କଥକ ଡ୍ୟାନ୍ସର ମୃଣାଳିନୀ ମଧ୍ୟ କରୋନା ଭାଇରସ ବିରୋଧୀ ଲଢେଇରେ ଯୋଗ ଦେବାକୁ ଯାଇ ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ମୃଣାଳିନୀ ଗେରୁଆ ରଙ୍ଗର ଶାଢି ପିନ୍ଧି ଏବଂ ହାତରେ ଗେରୁଆ ରଙ୍ଗ ଲଗେଇ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

ସେ କୁଳଦୀପ ମିଶ୍ରାଙ୍କ କବିତାକୁ ନୃତ୍ୟରେ ବ୍ୟାଖ୍ୟା କରୁଛନ୍ତି। ଭିଡ଼ିଓକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। କବିତାର ଅର୍ଥକୁ ସେ ଡ୍ୟାନ୍ସରେ ବୁଝେଇବାକୁ ଚେଷ୍ଟା କରୁଛନ୍ତି। ସେ କହୁଛନ୍ତି, ‘ଏହି ସଙ୍କଟ ଜଲଦି ଶେଷ ହୋଇଯିବ। ଆଶା ଛାଡ଼ନ୍ତୁ ନାହିଁ’। ଏହାସହିତ ସେ ଲକଡାଉନର ନିୟମ ପାଳନ କରିବା ପାଇଁ ଲୋକଙ୍କୁ କହୁଛନ୍ତି।

uy

ଭିଡ଼ିଓରେ ମୃଣାଳିନୀ କହୁଛନ୍ତି, ବହୁତ ଜଲଦି ପିଲାମାନେ ରାସ୍ତା ଉପରେ ଖେଳୁଥିବା ନଜର ଆସିବେ। ପୁରୁଣା ସାଙ୍ଗ ପୁଣି ଦେଖାହେବେ। ତାଙ୍କର ଏହି ଡ୍ୟାନ୍ସ ଭିଡ଼ିଓକୁ ‘ଇମ୍ପୃଭମେଣ୍ଟ କୋରିଓଗ୍ରାଫି’ ଅନଲାଇନରେ ସେୟାର କରିଛି। ଏ ପର୍ଯ୍ୟନ୍ତ ଏହାକୁ 35,000ରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡ଼ିଓ ଦେଖି ଜଣେ ୟୁଜର ଲେଖିଥିଲେ, ବହୁତ ପଜିଟିଭ ଲାଗୁଛି। ଆଉ ଜଣେ ୟୁଜର କହିଥିଲେ, ଏହା ବହୁତ ପ୍ରେରଣାଦାୟକ ଭିଡ଼ିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.