Below header

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ପାର କଲା ୧୪ ହଜାର

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ପାର କରିଛି । ୧୪ ହଜାର ୩୭୮ ଆକ୍ରାନ୍ତ ହୋଇଛନ୍ତି । ୧୯୯୨ ଜଣ ସୁସ୍ଥ ହୋଇଛନ୍ତି । ବିଭିନ୍ନ ହସ୍ପିଟାଲରେ ୧୧ ହଜାର ୯୦୬ ଜଣ ଚିକିତ୍ସାଧୀନ ଅଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ସର୍ବାଧିକ ୩ ହଜାର ୩୨୩ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଶହ ଟପିଛି । ସେହିପରି ଦିଲ୍ଲୀରେ ୧୭୦୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୪୨ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ମଧ୍ୟପ୍ରଦେଶରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ଟପିଥିବା ବେଳେ ୬୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ରାଜସ୍ଥାନ, ତାମିଲନାଡୁ, ଗୁଜରାଟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.