ରାଜ୍ୟ ପାଇଁ ପୁଣି ଭଲ ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ: ଗତକାଲି ଟେଷ୍ଟ ହୋଇଥିବା ୧୦୪୨ଟି ସାମ୍ପଲ ରିପୋର୍ଟ ନେଗେଟିଭ୍

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଏକ ଭଲ ଖବର ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୩ ଦିନରେ ପରୀକ୍ଷା କରାଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି । ତିନି ଦିନ ମଧ୍ୟରେ ରାଜ୍ୟରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତକାଲି ୧୦୪୨ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି ।

corona virusବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୬୧୯ ସାମ୍ପଲ ଟେଷ୍ଟ ହୋଇଛି । ଏହା ମଧ୍ୟରୁ ୮ ହଜାର ୫୫୯ ନେଗେଟିଭ୍‌ ଆସିଛି । ୬୦ରେ ସୀମିତ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଭିତରେ ଆଉ ଦୁଇ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏହି ଦୁଇ ଜଣ ଭୁବନେଶ୍ୱରର । ଏହାକୁ ମିଶାଇ ଏବେ ସୁସ୍ଥ ହୋଇଥିବା ସଂଖ୍ୟା ୨୧ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୩୮ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.