ଏମ୍ସର ଡାକ୍ତର ଗୃହମନ୍ତ୍ରୀଙ୍କୁ କଲେ ଅପିଲ, ଆମ ସୁରକ୍ଷା ପାଇଁ ଲାଗୁ କରାଯାଉ ଆଇନ

କରୋନା ଭାଇରସ ସହ ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଉ। ଏଥିପାଇଁ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ଚିକିତ୍ସକୀୟ ପ୍ରତିଷ୍ଠାନ ବିଧେୟକ (ହିଂସା ଏବଂ ସମ୍ପତ୍ତି କ୍ଷତି ଉପରେ ରୋକ)କୁ ଆଇନ ଭାବରେ ଲାଗୁ କରାଯାଉ।

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ର ରେସିଡେଣ୍ଟ ଡାକ୍ତର ଆସୋସିଏସନ ୧୬ ଏପ୍ରିଲରେ ପତ୍ର ଲେଖି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହା ଅପିଲ କରିଛନ୍ତି।

amitଆସୋସିଏସନ ଜଣାଇଛି ଯେ ମୁରାଦାବାଦ ସମେତ ଦେଶରେ ଅନେକ ସ୍ଥାନରେ ଏବେ ଡାକ୍ତରଙ୍କ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାରର ଅନେକ ଘଟଣା ସାମ୍ନାକୁ ଆସୁଛି। ଏହି ବିଧେୟକ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ହିଁ ପ୍ରସ୍ତାବିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.