Below header

ରାଜ୍ୟରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ, ୭୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଆକ୍ରାନ୍ତ ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ ଗତକାଲି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମୋଟ ସଂଖ୍ୟା ୭୪ ଥିଲା ଏବେ ଆଉ ୫ ଜଣ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁଛି । ଏହି ସମସ୍ତ ରୋଗୀ ବାଲେଶ୍ଵରର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ଆକ୍ଟିଭ୍ କେସ ସଂଖ୍ୟା ୫୩ ରହିଛି । ଚିହ୍ନଟ ୫ ଜଣ ରୋଗୀ ବାଲେଶ୍ଵରର ହୋଇଥିବା ବେଳେ ଉକ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ୮ ରେ ପହଂଚିଛି । ଏହି ସମସ୍ତ ରୋଗୀଙ୍କର ପଶ୍ଚିମବଙ୍ଗ ସହ ଲିଙ୍କ ରହିଛି ବୋଲି ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.