Below header

ବଲିଉଡର ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କୁ ହତ୍ୟା ଅଭିଯୁକ୍ତ କହିଲା ଏକ ନ୍ୟୁଜ ଚ୍ୟାନେଲ, ଫଟୋ ସହିତ ଚଲାଇଲା ଏହି ଖବର !

ବଲିଉଡ ଅଭିନେତା ଆମିର ଖାନଙ୍କୁ ହତ୍ୟା ଅଭିଯୁକ୍ତ କହିଛି ଏକ ନ୍ୟୁଜ ଚ୍ୟାନେଲ। ଏପରିକି, ଟିଭି ସ୍କ୍ରିନରେ ତାଙ୍କ ଫଟୋ ଚଲାଇ ନ୍ୟୁଜ ମଧ୍ୟ ପରିବେଷଣ କରିଛି। ତେବେ ଏହା କୌଣସି ଭାରତୀୟ ନ୍ୟୁଜ ଚ୍ୟାନେଲ ନ ଥିଲା, ବରଂ ଏକ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଥିଲା। ଉକ୍ତ ଚ୍ୟାନେଲ ଆମିର ଖାନଙ୍କ ଫଟୋକୁ ହତ୍ୟା ଅଭିଯୁକ୍ତ ରୂପେ ଦର୍ଶାଇବା ପରେ ଏବେ ଟୁଇଟର ସମେତ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ଟ୍ରୋଲ ହେଉଛି।

ଏହି ମାମଲାରେ ପାକିସ୍ତାନୀ ରିପୋର୍ଟର ନାୟଲା ଇନାୟତ ଟୁଇଟ କରି କହିଛନ୍ତି, ‘ଆମକୁ ଜଣା ନ ଥିଲା କି ଇଣ୍ଡିଆନ ଆକ୍ଟର 17 ବର୍ଷ ହେଲା ପାକିସ୍ତାନରେ ଥିଲେ’। ପ୍ରକୃତ କଥା ହେଉଛି, ଯେଉଁ ଦସ୍ତାବିଜ ସାମ୍ନାକୁ ଆସିଛି, ସେଥିରେ ଆମିର ଖାନ ନାମକ ଜଣେ ବ୍ୟକ୍ତି ଉପରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ସେ 17 ବର୍ଷ ହେବ ପାକିସ୍ତାନରେ ହିଁ ଅଛନ୍ତି।

କିନ୍ତୁ ଯେତେବେଳେ ଏହି ନ୍ୟୁଜ ଚ୍ୟାନେଲକୁ ଖବର ମିଳିଥିଲା, ସେତେବେଳେ ସେଠାକାର କର୍ମଚାରୀମାନେ ଭୁଲବଶତଃ ଅଭିଯୁକ୍ତଙ୍କ ଫଟୋ ବଦଳରେ ବଲିଉଡର ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କ ଫଟୋ ଚଲାଇ ଦେଇଥିଲେ। ଯଦିଓ ପରେ ଏହି ଚ୍ୟାନେଲ ନିଜ ଭୁଲ ପାଇଁ କ୍ଷମା ମଧ୍ୟ ମାଗିଥିଲା।

ପ୍ରକୃତରେ, ସେଠାରେ ଜଣେ ହତ୍ୟା ଅଭିଯୁକଙ୍କୁ 17 ବର୍ଷ ପରେ ଦୋଷମୁକ୍ତ କରାଯାଇଛି। ତାଙ୍କ ନାଁ ବି ଆମିର ଖାନ। ଘଟଣା ପରେ ସେପଟେ ଅଭିନେତା ଆମିର ଖାନଙ୍କ ‘ପିକେ’ର ସେହି ଖାସ ଫଟୋ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ କହୁଛନ୍ତି, ‘ଇ ଗୋଲା ମେ ଅବ ନେହିଁ ରହନା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.