ପୁରୀ ସହରରେ କୋଭିଡ୍‌-୧୯ ସର୍ଭେ, ୨୩ ହଜାର ପରିବାରର କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା 

ପୁରୀ: ପୁରୀ ସହରରେ କୋଭିଡ୍‌-୧୯ ହେଲଥ୍‌ ସର୍ଭେ । ସହରର ୬୩ଟି ବସ୍ତିରେ ରହୁଥିବା ୨୩ ହଜାର ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଯେଉଁମାନଙ୍କୁ ଥଣ୍ଡା, କାଶ ଭଳି ସଂକ୍ରମଣ ଥିବ ସେମାନଙ୍କୁ ସ୍ୱାବ ଟେଷ୍ଟ ପାଇଁ ପଠାଯିବା ସହ କୋଭିଡ ହସ୍ପିଟାଲରେ ରଖାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.