କୋଭିଡ-୧୯ ଆଣ୍ଟିବଡି କକଟେଲ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମାଗିଲା ଜାଇଡସ କାଡିଲା

କେନ୍ୟୁଜ୍(ବ୍ୟୁରୋ):  କୋଭିଡ-୧୯ ଆଣ୍ଟିବଡି କକଟେଲ ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମାଗିଲା ଜାଇଡସ କାଡିଲା । ଏନେଇ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍‌ ଇଣ୍ଡିଆ-DCGIକୁ କଂପାନୀ କର୍ତ୍ତୃପକ୍ଷ ଅନୁମତି ମାଗିଛନ୍ତି । ZRC-3308 ନିରାପଦ । ପୂର୍ବରୁ ପଶୁଙ୍କ ଠାରେ ପରୀକ୍ଷଣ ବେଳେ ଫୁସଫସ୍‌ ନଷ୍ଟକୁ ରୋକିବାରେ ଏହା ସକ୍ଷମ ହୋଇଥିବା ଜଣାପଡ଼ିଥିଲା । ସାରା ଦେଶରେ କରୋନା ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମେଡିସିନ ଓ କୋଭିଡ ଟିକାର ଅଭାବ ପରିଲକ୍ଷିତ ହେଉଛି । ଏପରିସ୍ଥିତିରେ ଜାଇଡସ କାଡିଲା କଂପାନୀ ଆଣ୍ଟିବଡି କକ୍‌ଟେଲର ବିଭିନ୍ନ ପର୍ଯ୍ୟାୟରେ ମାନବୀୟ ପରୀକ୍ଷଣ ପାଇଁ ଅନୁମତି ମାଗିଛି ।

ଏହି ଥେରାପି ହେଉଛି ଦୁଇଟି ମନୋକ୍ଲୋନାଲ ଆଣ୍ଟିବଡିର କକଟେଲ । ଯାହାକି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରି ସଂକ୍ରମଣ ବିରୋଧରେ ଲଢ଼ିଥାଏ । ପୂର୍ବରୁ ଆମେରିକାର FDA ମଧ୍ୟ ଭିର୍‌ ବାୟୋଟେକ୍ନଲୋଜି ଓ ଗ୍ଲାକ୍ସୋ ସ୍ମିଥକ୍ଲିନର ସମାନ ଧରଣର ଥେରାପିକୁ ଜରୁରୀ କାଳୀନ ଅନୁମତି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.