Below header

କୁକୁର ସହିତ ହେଲା ଅମାନବୀୟ ହରକତ, Video ଭାଇରଲ ହେଲା ତ ଗିରଫ ହେଲେ ଜଣେ ଫେମସ ୟୁଟ୍ୟୁବର

ଦିଲ୍ଲୀ ପୋଲିସ ଗୁରୁବାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରି ନେଇଛି, ଯିଏକି କୁକୁରକୁ ପବନରେ ଉଡ଼ାଇବା ପାଇଁ ହିଲିୟମ ଗ୍ୟାସ ଭର୍ତ୍ତି ଥିବା କିଛି ବେଲୁନ ବ୍ୟବହାର କରିଥିଲେ। ଏପରିକି, ସେ ଏହି ପୂରା ଘଟଣାକ୍ରମର ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

ଏହି ୟୁଟ୍ୟୁବରଙ୍କ ନାଁ ଗୌରବ ଶର୍ମା। ପୋଲିସର କହିବା ହେଲା, ପଶୁ ପ୍ରତି କ୍ରୁରତା ଆଚରଣ ଅଭିଯୋଗରେ ଗୌରବଙ୍କୁ ଗିରଫ କରାଯାଇଛି। ଏ ନେଇ People for Animals Societyର ଗୌରବ ଗୁପ୍ତା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଗୌରବ ଶର୍ମା ନାମକ ବ୍ୟକ୍ତି ଏକ ଭିଡିଓ ବନାଇଥିଲେ, ଯେଉଁଥିରେ ସେ ନିଜ ପାଳିତ କୁକୁରକୁ ହିଲିୟମ ବେଲୁନରେ ବାନ୍ଧିଥିବା ଦେଖିବାକୁ ମିଳିଥିଲା।

ତେବେ ଏହି ଭିଡିଓ ୨୧ ମେ’ରେ ଶୁଟ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ଘର ଦିଲ୍ଲୀ ମାଲବୀୟ ନଗରରେ। ପୋଲିସର କହିବା ହେଲା, ଗୌରବ ଶର୍ମା ଜଣେ ୟୁଟ୍ୟୁବର। ସେହି ଉଦ୍ଦେଶ୍ୟରେ ସେ ଏହି ଭିଡିଓ ବନାଇଥିଲେ।

video courtesy: 129 Tarun Gothwal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.