ସୋସିଆଲ ମିଡିଆରେ ନିଜର ଟିକାକରଣ ସାର୍ଟିଫିକେଟ ପୋଷ୍ଟ ନକରିବାକୁ ଭାରତ ସରକାର ଜାରିକଲେ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ):  ସୋସିଆଲ ମିଡିଆରେ ନିଜର ଟିକାକରଣ ସାର୍ଟିଫିକେଟ ପୋଷ୍ଟ କରନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ଏଥିରୁ ବିରତ ରୁହନ୍ତୁ। ଭାରତ ସରକାର ସୋସିଆଲ ମିଡିଆରେ ଟିକାକରଣ ସାର୍ଟିଫିକେଟ ପୋଷ୍ଟ ନକରିବାକୁ ଚେତାବନୀ ଜାରି କରିଛନ୍ତି। ଏଥିରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯେପରିକି ବ୍ୟକ୍ତିଙ୍କ ନାମ, ବୟସ, ଜନ୍ମତାରିଖ ଆଦି ଗୋପନୀୟ ତଥ୍ୟ ରହୁଥିବାରୁ ହ୍ୟାକର ଏହାର ଦୁରୁପଯୋଗ କରିପାରନ୍ତି ବୋଲି ଗୃହ ମନ୍ତ୍ରାଳୟ ସତର୍କ କରିଛି। ମନ୍ତ୍ରାଳୟ ପକ୍ଷରୁ ସାଇବର ଦୋସ୍ତ ଆକାଉଣ୍ଟ ଜରିଆରେ ଏହି ପରାମର୍ଶ ଦେଇଛି।

ଟିକାକରଣ ସାର୍ଟିଫିକେଟରେ ଥିବା ଆଧାର କାର୍ଡର ଶେଷ ୪ଟି ସଂଖ୍ୟା ଓ ଟିକାକରଣ କେନ୍ଦ୍ରରୁ ଆପଣଙ୍କ ବ୍ୟକ୍ତିଗତ ଡାଟା ଜଣାପଡ଼ିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଟିକାର ଦୁଇଟି ଯାକ ଡୋଜ ନେବା ପରେ ସାର୍ଟିଫିକେଟ ଜାରି କରାଯାଇଥାଏ। ଦୁଇଟି ଯାକ ଟିକା ନେବା ପରେ କୋୱିନ ୱେବସାଇଟ କିମ୍ବା ଆରୋଗ୍ୟ ସେତୁ ଆପ୍‌ରୁ ଏହାକୁ ଡାଉନଲୋଡ କରିପାରିବେ। କରୋନା କାଳରେ ଆପଣ ଭବିଷ୍ୟତରେ ବିଦେଶ ଯାତ୍ରା କିମ୍ବା ବିମାନରେ ଯାତ୍ରା କରିବା ପରେ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏଭଳି ସମୟରେ ସାଇବର ଅପରାଧ ବଢିଥିବାରୁ ଏହାକୁ ରୋକିବାକୁ କେନ୍ଦ୍ର ସରକାର ସତର୍କ କରିଛନ୍ତି।

Leave A Reply

Your email address will not be published.