Below header

ଭାରତ ବଜାରରେ ଖୁବ୍‌ ଶୀଘ୍ର ମିଳିବ କରୋନା ଭ୍ୟାକ୍‌ସିନ୍‌ କୋଭାସିଲ୍ଡ, ଏହାର ମୂଲ୍ୟ ମାତ୍ର ୨୨୫ ଟଙ୍କା

ନୂଆଦିଲ୍ଲୀ : ବିଶ୍ୱରେ ପ୍ରାୟ ୧୭୭ କରୋନା ଭ୍ୟାକ୍‌ସିନର ପ୍ରସ୍ତୁତି ଚାଲିଛି । ୨୩ ଭ୍ୟାକ୍‌ସିନ୍‌ର ହ୍ୟୁମ୍ୟାନ୍‌ ଟ୍ରାଏଲ ଚାଲିଥିବା ବେଳେ ୧୪ ଭ୍ୟାକ୍‌ସିନ୍‌ ପ୍ରଥମ ଫେଜ୍‌ରେ ପଦାର୍ପଣ କରିଛି । ୩ଟି ଭ୍ୟାକ୍‌ସିନ୍‌ ୨ୟ ଫେଜ ଓ ୬ ଟି ଭ୍ୟାକ୍‌ସିନ୍‌ ୩ୟ ଫେଜ୍‌ ପରୀକ୍ଷଣରେ ପହଞ୍ଚିଛି । ତେବେ ଅକ୍ସଫୋର୍ଡ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ ବର୍ଷ ଶେଷ ସୁଦ୍ଧା ଭାରତ ବଜାରରେ ଉପଲବ୍ଧ ହେବ ।

ଏହାକୁ ଭାରତରେ ପ୍ରସ୍ତୁତ କରୁଛି ପୁନେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) । ପୁନେ ସ୍ଥିତ ଏହି ଲ୍ୟାବ୍‌ ବୁଧବାର ଦିନ ଗାଭି ଆଣ୍ଡ୍‌ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ୍‌ ସହ ସ୍ୱାକ୍ଷର କରିଛି । ଅକ୍ସଫୋର୍ଡର ଏହି ଭ୍ୟାକ୍‌ସିନ୍‌ ‘କୋଭାସିଲ୍ଡ’ ପାଖାପାଖି ୩ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୨୨୫ ଟଙ୍କା ହେବ ବୋଲି ଜଣାପଡ଼ିଛି । ମଧ୍ୟମ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ୨୨୫ ଟଙ୍କା ରଖାଯାଇଛି ।

covishield.jpg-1

ଯାହାଫଳରେ ମଧ୍ୟମ ଶ୍ରେଣୀରୁ ଗରୀବ ଶ୍ରେଣୀର ଲୋକ ପର୍ଯ୍ୟନ୍ତ ଏହାକୁ କିଣି ପାରିବେ । ଏସ୍‌ଆଇଆଇ ପ୍ରଥମ ପର୍ଯ୍ୟାୟରେ ୧୦୦ ମିଲିୟନ ବା ୧୦ କୋଟି ଡୋଜ୍‌ ପ୍ରସ୍ତୁତ କରିବ ବୋଲି ଏହି ଚୁକ୍ତିର ସ୍ୱାକ୍ଷର କରିଛି । ଏହି ଭ୍ୟାକ୍‌ସିନ୍‌ ୯୨ ଟି ଦେଶକୁ ପଠାଯିବ ବୋଲି ଜଣାପଡ଼ିଛି । ଇତି ମଧ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ ଏସ୍‌ଆଇଆଇକୁ ଏହାର ୨/୩ କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ଅନୁମତି ଦେଇସାରିଛି ।

ଡବ୍ଲ୍ୟୁଏଚ୍‌ସ ମଧ୍ୟ ଏହାର ଟ୍ରାଏଲ୍‌ ଉପରେ ସନ୍ତୋଷ ପ୍ରକାଶ କରିଛି । ଏହି ଭ୍ୟାକ୍‌ସିନ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ବ୍ୟବହାର କରାଯିବ ବୋଲି ଆଶା କରାଯାଉଛି । ପ୍ରକାଶଯୋଗ୍ୟ ଯେ ଏହି ଭ୍ୟାକ୍‌ସିନ୍‌ କମ୍‌ ମୂଲ୍ୟରେ ସାଧାରଣ ଲୋକଙ୍କୁ ମିଳିପାରିବ ବୋଲି ବିଲ୍‌ ଗେଟ୍‌ସ ଫାଉଣ୍ଡେସନ୍‌ ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପାଇଁ ଅର୍ଥ ସହାୟତା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.