ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା, ନିଜ ଜନ୍ମମାଟିକୁ ଫେରିଲେ ପୂରା ପରିବାର

କେନ୍ୟୁଜ(ବ୍ୟୁରୋ): ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା। ଆଉ ପରିବାର ନିଜ ଜନ୍ମମାଟିକୁ ଫେରିଲେ। ପୁଅର ଚୁଟି ପକାଇବାକୁ ପୁରୀ ଶ୍ରୀଲୋକନାଥଙ୍କ ପାଖକୁ ଆସିଥିବା ନୟାଗଡ଼ର ଏକ ପରିବାର ଲକ୍‌ଡାଉନ୍‌ ଯୋଗୁଁ ଫସିଯାଇଥିଲେ। ଏପରିକି ଓଡ଼ଗାଁର ମହିଳା ପାୟଲ ମହାରଣା ରାସ୍ତା ଉପରେ ଏକ କନ୍ୟା ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲେ ।

Sabyasachi Mishra: Meet Sabyasachi Mishra, the 'Half telugu' Odia ...

ଦମ୍ପତି ୪ଟି ପିଲାଙ୍କୁ ସାଙ୍ଗରେ ଧରି ଅତି ଦୟନିୟ ଅବସ୍ଥାରେ ପୁରୀ ମୋଚିସାହି ଛକ ନିକଟରେ ଥିବା କ୍ୟାଥେଲିକ ଚର୍ଚ୍ଚ ସମ୍ମୁଖରେ ରାସ୍ତା କଡ଼ରେ ଜୀବନଯାପନ କରୁଥିଲେ । ଏନେଇ ଖବର ପ୍ରସାରଣ ଓ ବିଭିନ୍ନ ସୋସିଆଲ ମିଡିଆରେ ଖବର ଭାଇରାଲ ହେବାପରେ ଅଭିନେତା ସବ୍ୟସାଚୀ ପରିବାରକୁ ଘରକୁ ପଠାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.