ଭାରତରେ ବଢ଼ୁଛି କରୋନା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ସତର୍କ ରହ ିବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : ଡେଲ୍ଟା ପ୍ଲସ ଭାରିଆଣ୍ଟ ସବୁଠୁ ମାରାତ୍ମକ କରୋନା ଭାଇରସ ବୋଲି ଜଣାପଡ଼ିବା ପରେ କେନ୍ଦ୍ର ସତର୍କ କରାଇ ଦେଇଛି । ଗତକାଲି ଭାରତରେ ୨୨ ଜଣ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୪୦ ରେ ପହଞ୍ଚିଛି । ଯାହାକି କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ାଇଛି ।

ତେବେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ ମଧ୍ୟରେ ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଅଧିକ ରୋଗୀ ଥିବା ଜଣାଯାଇଛି ।
ଏବେ ଭାରତରେ ପ୍ରାୟ ୪୫ ହଜାର ନମୂନା ପରୀକ୍ଷଣ କରାଯାଇଥିଲା । ସେଥିମଧ୍ୟରୁ ଡେଲ୍ଟା ପ୍ଲସ ଭାରିଆଣ୍ଟ ଏ ଓ୍ଵାନ୧ ସଂକ୍ରମଣ ୪୦ ଟି ବାହାରି ଥିଲା । ସଂକ୍ରମିତମାନଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶର ଥିବା ଜଣାଯାଇଛି ।

ବୁଧବାର କର୍ଣ୍ଣାଟକରେ ପ୍ରଥମ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତେଣୁ ରାଜ୍ୟଗୁଡିକ ଏଥିପ୍ରତି ସଜାଗ ରହିବା ସହ ଉଚିତ୍‌ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.