ୟୁକ୍ରେନରୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ କରୋନା ଟିକା ଲଗାଇବାକୁ କହିଲେ ସରକାର

ନୂଆଦିଲ୍ଲୀ : ଯୁଦ୍ଧ ପରିସ୍ଥିତି ମଧ୍ୟରେ ୟୁକ୍ରେନରୁ ଆସୁଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋଭିଡ ଟିକା ଲଗାଇବାକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର |
ସମାଜର ସାମୁହିକ ପ୍ରଚେଷ୍ଟା ଫଳରେ ଭାରତ କୋଭିଡ ସଙ୍କଟକୁ ଏଡ଼ାଇବାରେ ସକ୍ଷମ ହୋଇପାରିଛି | ସ୍ୱାସ୍ଥ୍ୟ କର୍ମୀ ଓ ଛାମୁଆଁ ଯୋଦ୍ଧାଙ୍କ ଉଦ୍ୟମ ଯୋଗୁ ଟିକାକରଣ ସନ୍ତୋଷଜନକ ସ୍ତିତିରେ ପହଞ୍ଚିଛି |

ଟିକା ଲଗାଇନଥିବା ଲୋକଙ୍କ ମୃତ୍ୟୁ ସଂଖ୍ୟା ଅଧିକ :

ଚଳିତ ବର୍ଷ ବା 2022 ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ 90 ପ୍ରତିଶତ ଲୋକ ଟିକା ନେଇ ନଥିବା ଦେଖାଯାଇଛି | ଟିକାକରଣ ପରେ ମୃତ୍ୟୁ ହାର ବହୁତ କମି ଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି |

ପ୍ରଥମ ଡୋଜ ଟିକାକରଣ ପରେ ମୃତ୍ୟୁ ହାର 98.9 ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁଇଟି ଡୋଜ ଟିକା ନେବା ପରେ ମୃତ୍ୟୁ ହାର 99.3 ପ୍ରତିଶତ କମିଥିବା ସରକାର ପ୍ରକାଶ କରିଛନ୍ତି |

ବର୍ତ୍ତମାନ ଦେଶର 29 ଜିଲାରେ କୋଭିଡ ସଂକ୍ରମଣ 10 ପ୍ରତିଶତ ତଳେ ଥିବା ବେଳେ 34 ଜିଲ୍ଲା ରେ ସଂକ୍ରମଣ 5ରୁ 10 ପ୍ରତିଶତ ତଳେ ରହିଛି |

Leave A Reply

Your email address will not be published.