ୟେକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି: ୪ଟି ଋଷ ଭାଷାର ବାକ୍ୟ ଶିଖିଥାଅ

କେନ୍ୟୁଜ୍(ବ୍ୟୁରୋ):  ୟେକ୍ରେନରେ ଫସିଥିବା  ଭାରତୀୟଙ୍କ  ପାଇଁ ଆଡଭାଇଜରି ଜାରି କଲେ କେନ୍ଦ୍ରସରକାର। ୟୁକ୍ରେନର ଫସିଥିବା ନାଗରିକ ମାନଙ୍କୁ କିଭଳି ସୁରକ୍ଷିତ ସ୍ବଦେଶ ଫେରାଇ ଆଣି ହେବ ସେନେଇ  ମାର୍ଗଦର୍ଶୀକା ଜାରି କରିଛନ୍ତି  କେନ୍ଦ୍ର ସରକାର।

ମାର୍ଗ ଦର୍ଶୀକାରେ ଉଲ୍ଲେଖ ଅଛି  ଋଷ ଦେଶର ଭାଷା। ଯେଉଁଥିରେ ଲେଖା ହୋଇଛି:-

Я студентизИндии(ମୁଁ ଜଣେ ଭାରତୀୟ)

Я некомбатант (ମୁଁ ଜଣେ ସାଧାରଣ ଲୋକ)

Пожалуйстапомогите (ଦୟାକରି ମୋତେ ସାହାଯ୍ୟ କରନ୍ତୁ)

ନଜର ପକାନ୍ତୁ ମାର୍ଗଦର୍ଶୀକା ଊପରେ:-

 

 

ଆବଶ୍ୟକୀୟ ପଦକ୍ଷେପ ଓ କଣ କରିବେ?

  • ସୂଚନ ସଂଗ୍ରହ କରି ଅନ୍ୟ ଭାରତୀୟଙ୍କୁ ପଠାନ୍ତୁ
  • ମାନସିକ ସ୍ତରରେ ଦ୍‌ଢ ରୁହନ୍ତୁ ଓ ଭୟଭିତ ହୁଅନ୍ତୁ ନାହିଁ
  • ନିଜକୁ ଛୋଟ ଛୋଟ ଦଳ/ ୧୦ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳରେ ସଂଗଠିତ କରନ୍ତ ।
  • ଆପଣଙ୍କ ଉପସ୍ଥିତି ଏବଂ ପରିସ୍ଥିତି ସମ୍ପର୍କରେ ଆପଣଙ୍କା ସହଯୋଗୀ / ଛୋଟ ଦଳର ସଂଯୋଜକ ସବୁବେଳେ ନିଶ୍ଚିତ ଭାବେ ଜାଣିବା ଉଚିତ୍।
  • ଏକ ହ୍ବାର୍ଟସଆପ ଗ୍ରୁପ ତିଆରି କରନ୍ତୁ , ସମସ୍ତ ସଳଚନା, ନାମ ଠିକଣା ମୋବାଇଲ ନମ୍ବର ଏବଂ ଭାରତରେ ଯୋଗାଯୋଗ ଠିକଣା ପ୍ରସ୍ତୁତ କରନ୍ତୁ / ନୂଆଦିଲ୍ଲୀ କିମ୍ବା ଦୂତାବାସରେ ଥିବା ନିୟନ୍ତ୍ରଣ କକ୍ଷକୁ ନିଜର ଜିଇଓ ଲୋକେସନ ହ୍ବାର୍ଟସଆପ ଶେୟାର କରନ୍ତୁ / ପ୍ରତି ୮ ଘଣ୍ଟାରେ ଥରେ ସୂଚନା ଅପଡେଟ କରନ୍ତୁ। ପ୍ରତି ୮ ଘଣ୍ଟାରେ ଥରେ ନିଜ ଦଳ/ ସହଯାଗୀ ଦଳର ସଂଯୋଜକଙ୍କ ସଂଖ୍ୟା ଗଣନ୍ତୁ ଏବଂ ସେମାନଙ୍କର ଅବସ୍ଥିତି ସମ୍ପର୍କରେ କଣ୍ଟ୍ରୋଲ ରୁମ୍/ ହେଲ୍ପଲାଇନ ନମ୍ବରକୁ ରିପୋର୍ଟ କରନ୍ତୁ ।

ସୁରକ୍ଷିତ ରହିବା ପାଇଁ ମାର୍ଗଦର୍ଶୀକା।

ସବୁ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍ ପ୍ରସ୍ତୁତ ରଖନ୍ତୁ କିମ୍ବା ୨୪ ଘଣ୍ଟା ହାତପାଖରେ ରଖନ୍ତୁ। ଅତ୍ୟାବଶ୍ୟକୀୟ ସାମଗ୍ରୀରେ ପାସପୋର୍ଟ, ପରିଚୟ ପତ୍ର, ଅତ୍ୟାବଶ୍ୟକ ଓୗଷଧ,ଜୀବନରକ୍ଷାକାରୀ ଓୗଷଧ,ଟର୍ଚ୍ଚ, ଦିଆସିଲି, ଲାଇଟର, କ୍ୟାଣ୍ଡେଲ, ନଗଦ ଟଙ୍କା ଏନର୍ଜି ବାର୍ସ, ପାୱାର ବ୍ୟାଙ୍କ ପାଷ୍ଟଏଡ୍ କିଟ୍ ହେଡଗିୟର ମଫଲର, ଗ୍ଲୋଭ୍ସ., ଶୀତ ଜ୍ୟାକେଟ, ଶୀତରୁ ରକ୍ଷା ପାଇବାର ସକ୍ସ ଏବଂ ଗୋଡକୁ ଭଲ ଭାବେ ଫିଟ୍ ହେଉଥିବା ହଳେ ଜୋତା ରଖନ୍ତୁ

 

 

Leave A Reply

Your email address will not be published.