Below header

ଚାଣକ୍ୟ ନୀତି : କୌଣସି ବ୍ୟକ୍ତିଙ୍କୁ ପରଖିବାକୁ ଚାହୁଁ ଥିଲେ ଆପଣାନ୍ତୁ ଏହି ତରିକା, ଜୀବନରେ କେବେ ବି ଖାଇବେନି ଧୋକା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି |

ଚାଣକ୍ୟ ତାଙ୍କ ନୀତିରେ ଏମିତି କିଛି କଥା କହିଛନ୍ତି ଯାହା ମାଧ୍ୟମରେ ଆପଣ ଜଣେ ବ୍ୟକ୍ତିକୁ ଜାଣି ପାରିବେ ବା ପରଖି ପାରିବେ | ସେ କେତେ ଭଲ ବା ମନ୍ଦ |

ଶ୍ଲୋକ :

ଯଥା ଚତୁର୍ଭିଃ କନକଂ ପରିକ୍ଷତେ ନିଘର୍ଷଣ ଛେଦେନ ତାପତାଡନୈଃ |
ତଥା ଚତୁର୍ଭିଃ ପୁରୁଷଃ ପରିକ୍ଷତେ ତ୍ୟାଗେନ ଶିଳେନ ଗୁଣେନ କର୍ମଣା ||

ଅର୍ଥ  : ସୁନାର ପରଖ ଯେମିତି ଘଷି କରି,କାଟି କରି,ଗରମ କରି ପୁଣି ପିଟି କରି କରା ଯାଇଥାଏ |ସେହିପରି ଜଣେ ବ୍ୟକ୍ତିର ପରୀକ୍ଷଣ ତାଙ୍କର ତ୍ୟାଗ, ଆଚରଣ, ଗୁଣ ଓ କର୍ମ ଦ୍ୱାରା କରାଯାଇଥାଏ |

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି ସ୍ବର୍ଣ୍ଣ ର ଶୁଦ୍ଧତା ଜାଣିବାକୁ ହେଲେ ତାକୁ ଘଷି କରି, କାଟିକରି,ଗରମକରୀ ଓ ପିଟିକରି ସହଜରେ ତାର ଶୁଦ୍ଧତା ଯାଞ୍ଚ କରା ଯାଇଥାଏ | ସେହିପରି କୌଣସି ବ୍ୟକ୍ତିକୁ କେବଳ ଦେଖିକରି ଆପଣ ଠିକ ଢଙ୍ଗରେ ତାଙ୍କୁ ଜାଣି ପାରିବେନାହିଁ | ତେଣୁ କୌଣସି ବ୍ୟକ୍ତିର ସତ୍ୟତା ଜାଣିବାକୁ ହେଲେ ଆପଣ ଏହି ଚାରି ପ୍ରକାର ତରିକାରେ ବ୍ୟକ୍ତିକୁ ଚିନହୀ ପାରିବେ |

ଆଚରଣ, ଗୁଣ, କର୍ମ ଓ ତ୍ୟାଗ ଦ୍ୱାରା ବ୍ୟକ୍ତିକୁ ପରଖି ପାରିବେ :

ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ଅନ୍ୟର ସୁଖରେ ସୁଖୀ ହେବ ସହ ଅନ୍ୟର ଦୁଃଖରେ ଦୁଃଖି ହୋଇଥାଏ | ସେ ଭଲ ବ୍ୟକ୍ତି ହୋଇଥାନ୍ତି | କାହାର ଆଚରଣରୁ ତାର ବ୍ୟକ୍ତିତ୍ୱ ସମ୍ପର୍କରେ ଜଣା ପଡିଥାଏ | ଯେଉଁ ବ୍ୟକ୍ତି ଅନ୍ୟ ପାଇଁ ମନରେ ଖରାପ ଚିନ୍ତା ଆଣେନାହି, ସେ ଠିକ ମଣିଷ | କାହାକୁ ଚିନହୀବାକୁ ହେଲେ ତାର ଗୁଣ ଓ ଅଵଗୁଣ ଦେଖିବା ଉଚିତ |

ଯଦି କେଉଁ ବ୍ୟକ୍ତି ଠାରେ ମିଛ, ଅହଂକାର ଓ ଲୋକଙ୍କୁ ଅପମାନ କରିବା ଆଦି ଗୁଣ ଦେଖିବାକୁ ମିଳେ, ସେମାନଙ୍କ ଠାରୁ ତୁରନ୍ତ ଦୂରେଇଯିବା ଉଚିତ | କୌଣସି ବ୍ୟକ୍ତିରେ କର୍ମ ଦ୍ୱାରା ତାଙ୍କୁ ପରଖା ଯାଇପାରେ | ଯେଉଁ ବ୍ୟକ୍ତି ସବୁ କାମକୁ ଭୁଲ ତାରିକରେ କରନ୍ତି ସେମାନଙ୍କ ଠାରୁ ଦୁରେଇ ଯିବା ଉଚିତ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.