ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ବ ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଯୁଦ୍ଧ ପରେ ୟୁକ୍ରେନରେ ଫସିରହିଛନ୍ତି ବହୁ ଓଡ଼ିଆ । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । କିଟ୍ ଓ କିସ୍ ଭାଇସ୍ ପ୍ରେସିଡେଣ୍ଟ ବିକ୍ରମାଦିତ୍ୟଙ୍କୁ ପୋଲାଣ୍ଡ ସହ ସାମଗ୍ରିକ ସମନ୍ଵୟ ଦାୟିତ୍ୱ ଦିଆଯାଇଛି ।
ଜାତିସଂଘରେ ଶରଣାର୍ଥୀଙ୍କ ପାଇଁ ହାଇକମିଶନର ଅଫିସର ସିନିଅର ଅଫିସର ଆରୁଷି ରଏଙ୍କୁ ହଙ୍ଗେରୀ ଦାୟିତ୍ୱ ଦେଇଛନ୍ତି ସରକାର । ସେହିପରି ରୋମରେ ଜାତିସଂଘ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ ହଙ୍ଗେରୀରେ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ମନୋନୀତ କରାଯାଇଛି । ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଦିଗରେ ସେମାନେ ରେସିଡେଣ୍ଟ କମିଶନରଙ୍କ ସହ ସମନ୍ଵୟ ରଖିବେ ।