କନିଆଁ ବର ମୁହଁକୁ ଫୋପାଡିଲା ରସଗୋଲା, ରାଗରେ ବର ଦେଲା ଶକ୍ତ ଚାପୁଡା

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭିଡିଓ ଭାଇରାଲ ହେଉଥାଏ। ଖାସ୍ କରି ବିବାହ ଭିଡିଓକୁ ଲୋକ ବହୁତ ଅଧିକ ପସନ୍ଦ କରନ୍ତି। ସବୁ ବାହାଘରରେ ନିଜର ଏକ ଅଲଗା କାହାଣି ରହିଛି। ପ୍ରତ୍ୟେକ ବାହାଘରରେ ଏମିତି କିଛି ନା କିଛି ନିଶ୍ଚୟ ହୋଇଥାଏ ଯାହା ଲୋକଙ୍କର ସବୁଦିନ ପାଇଁ ମନେ ରହିଯାଏ। ଆଜି ବି ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ ଏବଂ ତାଜୁବ୍ ହୋଇଯିବେ।
ବିବାହରେ ବରଣମାଳ ସମୟରେ ବର-କନ୍ୟା ନିଜ ନିଜ ମଧ୍ୟରେ ଥଟ୍ଟା ମଜା କରିଥାନ୍ତି । ଆଉ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାର ମଜା ନେଇଥାନ୍ତି । ହେଲେ ଗୋଟିଏ ବିବାହରେ ବର ଓ କନ୍ୟା ଉଭୟଙ୍କ ଉପରେ ଏତେ ରାଗିଯାଇଛନ୍ତି ଯେ, ପରିଣତ ସ୍ୱରୁପ ମାରପିଟ୍ ଉପରକୁ କଥା ଆସିଯାଇଛି । ଇନଷ୍ଟାଗ୍ରାମରେ ଏହି ବାହାଘରର ଏକ ଭିଡିଓ ସାମନାକୁ ଆସିଛି । ଯାହାକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ମାନେ ଦେଖିବାକୁ ପାଇବେ ଯେ, ଷ୍ଟେଜ୍ ଉପରେ ବରଣ ମାଳ ପାଇଁ ପ୍ରସ୍ତୁତି ଚାଲିଥିବା ବର, କନ୍ୟାକୁ ରସଗୋଲା ଖୁଆଉଛି କିନ୍ତୁ କନ୍ୟା ଜଣଙ୍କ ବର ହାତରୁ ରସଗୋଲା ଖାଉନାହାଁନ୍ତି ମୁହଁ ବୁଲାଇ ଦେଉଛନ୍ତି। ଏହା ଦେଖି ବର ଜଣଙ୍କ ରସଗୋଲାକୁ କନ୍ୟା ଉପରକୁ ଫୋପାଡି ଦେଉଛି। ଆଉ ଏହଳ ଦେଖି କନ୍ୟା ମଧ୍ୟ ବର ଉପରକୁ ଏକ ରସଗୋଲା ଫୋପାଡି ଦେଉଛନ୍ତି। ଏହାପରେ ବର ଏତେ ମାତ୍ରାରେ ରାଗିଯାଉଛି ଯେ କନ୍ୟାକୁ ଏକ ଜୋରଦାର୍ ଚାପୁଡା ମାରି ଦେଉଛି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି । ଏଥିରେ ୟୁଜର୍ସଙ୍କର ମଜାଦାର୍ କମେଣ୍ଟସ୍ ଦେଖିବାକୁ ମିଳିଛି ।
ଏହାସହ ପଢ଼ନ୍ତୁ : ବସ୍ ଉପରେ ଛିଡା ହୋଇ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଫିଲ୍ମର ପ୍ରମୋସନ୍ କରୁଥିଲେ ପ୍ରମୋସନ୍, ହଠାତ୍ ବାଲାନ୍ସ…