Below header

ଅଶ୍ୱଗନ୍ଧା ଦ୍ୱାରା କରୋନା ରୋଗୀ ଭଲ ହୋଇ ପାରିବେ, ଦାବି କଲେ ଦିଲ୍ଲୀ ଆଇଆଇଟି ଓ ଜାପାନୀ ଗବେଷଣା ସଂସ୍ଥା

ପୁଣି ଚର୍ଚ୍ଚାକୁ ଆସିଲା ଅଶ୍ୱଗନ୍ଧା । କରୋନାର ଏହି ଆତଙ୍କ ଭିତରେ ଅଶ୍ୱଗନ୍ଧା ଚର୍ଚ୍ଚାକୁ ଜୋର୍ ଦେଇଛି ଆଇଆଇଟି ଦିଲ୍ଲୀ ଏବଂ ଜାପାନର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଆଣ୍ଡ ଟେକନୋଲୋଜି ସଂସ୍ଥା । ଏମାନେ ଦାବି କରିଛନ୍ତି ଯେ ଅଶ୍ୱଗନ୍ଧାରେ କରୋନା ଭାଇରସ୍ ସହ ଲଢ଼ିବାର ଶକ୍ତି ରହିଛି । ଭାରତୀୟ ଆୟୁର୍ବେଦରେ ଏକ ବିଶେଷ ଔଷଧ ଭାବେ ବ୍ୟବହୃତ ହୁଏ ଅଶ୍ୱଗନ୍ଧା । ଦୁଇ ସଂସ୍ଥାର ଗବେଷକଙ୍କ ଅନୁସାରେ ଅଶ୍ୱଗନ୍ଧାରେ ‘ଓ୍ଵିଥାନନ୍‌’ ନାମରେ ଏକ ତତ୍ତ୍ୱ ରହିଛି । ଯେଉଁଥିରେ କୋଭିଡ୍‌-୧୯କୁ ରୋକିବାରେ କ୍ଷମତା ରହିଛି । ଦିଲ୍ଲୀ ଆଇଆଇଟି ଏବଂ ଜାପାନର ଏହି ସଂସ୍ଥା ଗତ ଦଶ ବର୍ଷ ହେବ ବିଭିନ୍ନ ଟେକନୋଲୋଜି ଉପରେ ଗବେଷଣା କରି ଚାଲିଛନ୍ତି । ସେମାନେ ସେମାନଙ୍କ ରିସର୍ଚ୍ଚରୁ ଅଶ୍ୱଗନ୍ଧା ସମ୍ପର୍କରେ ଏକଥା ଜାଣିବାକୁ ପାଇଛନ୍ତି ।

ASHWAGANDHA-2ପ୍ରାଚୀନ କାଳରୁ ଭାରତରେ ଅଶ୍ୱଗନ୍ଧାକୁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ବ୍ୟବହାର କରାଯାଏ । ଡାଇବେଟିଜ୍‌, ଆର୍ଥରାଇଟିଜ୍ ଭଳି ରୋଗ ଭଲ କରିବା ସହ ଓଜନ କରାଇଥାଏ । ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । କେବଳ ଏହି ଦୁଇ ସଂସ୍ଥା ନୁହେଁ ଅନେକ ଆୟୁର୍ବେଦ ଡାକ୍ତର ଏବଂ ବିଶେଷଜ୍ଞ ମଧ୍ୟ ଅଶ୍ୱଗନ୍ଧା ସହ ଅନ୍ୟ କେତେକ ଜଡ଼ିବୁଟି କରୋନା ଦୂର କରିବାରେ ସହାୟକ ହେବ ବୋଲି ମତ ଦେଇ ସାରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.