ନୟାଗଡ: ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତା ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ନୟାଗଡ(କେନ୍ୟୁଜ୍): ନୂଆଗଁ ବ୍ଲକ ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ। ବ୍ୟକ୍ତି ଜଣକ ୨ ଦିନ ତଳେ ସୁରତରୁ ଫେରିଥିଲେ। ତାଙ୍କ ନାମ ଭଜ ବେହେରା ଓ ବୟସ ୩୧ ବର୍ଷ ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ ଭଜ କ୍ବାରେଣ୍ଟାଇନ ସେଣ୍ଟରରେ ବ୍ରସ କରୁଥିବା ବେଳେ ହଠାତ ଛତିରେ ଯନ୍ତ୍ରଣା ଅନୁଭବ କରି ମୁଣ୍ଡ ବୁଲାଇ ତଳେ ପଡିଯାଇଥିଲେ। ତାଙ୍କୁ କ୍ବାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ ୧୦୮ ଆମ୍ବଲାନ୍ସକୁ ଡକାଇ ମେଡିକାଲକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଦୁଇଦିନ ତଳେ ତାଙ୍କର ସ୍ବାବ ନମୁନା ପଠାଯାଇଥିଲା କିନ୍ତୁ ତାହା ଏପର୍ଯ୍ୟନ୍ତ ଆସିନାହିଁ। ସେପଟେ ଭଜ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି।

ସେହିପରି  ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଜଣକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।

ସେହିଭଳି  ଆଜି କଳାହାଣ୍ଡି ଜିଲ୍ଲାରୁ ୧୧ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଗଭଳି ପରାଗ ହର୍ଷଦ । ଏମଧ୍ୟରୁ ୧୦ଜଣ ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କୁ କ୍ଵରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା । ଅନ୍ୟ ଜଣେ ଆକ୍ରାନ୍ତ କ୍ଵରେଣ୍ଟାଇନ ସେଣ୍ଟରର ସୁପର ଭାଇଜର ବୋଲି ଜଣାଯାଇଛି । କହିରଖିବା ଉଚିତ ହେବକି ପୂର୍ବରୁ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ଏହି ୨ ଜଣ ସୁସ୍ଥ ହୋଇଥିଲେ । ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଥିବା ବେଳେ ବର୍ତ୍ତମାନ ୧୧ ଟି ଆକ୍ଟିଭ କେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.