ପତିତପାବନ ବାନା : ଆଗରୁ ଉଡ଼ି ଯାଇଥିଲା ଏବେ ଚିରିଗଲା

ପୁରୀ (କେ ନ୍ୟୁଜ୍‌) : ଠିକ୍ ବାତ୍ୟା ଅମ୍ପନ୍ ଆସିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ି ଯାଇଥିଲା । ତେବେ ଆଜି ବାତ୍ୟା ବେଳେ ଏହା ଚିରି ଯାଇଛି। ପୁରୀ ସହରରେ ୪୦କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଯୋଗୁ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନାର ମଧ୍ୟଭାଗ ଚିରି ଯାଇଛି।
ଗତ ୧୮ ତାରିଖ ଦିନ ନୀଳଚକ୍ର ବାନାଟି ଉଡିଯାଇଥିଲା। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । କିଛି ବଡ଼ ବିପଦ ଅମ୍ଫାନ ଆଣିବ ବୋଲି ମଧ୍ୟ ଆଲୋଚନା ହେଲା । ଆଉ ଏବେ ତାହାକୁ ନେଇ ଅନୁକୂଳ ମନ୍ତବ୍ୟ ଶୁଣିବାକୁ ମିଳୁଛି । ଯେମିତି କି, ପତିତପାବନ ବାନା ଉଡିଯାଇ ବାତ୍ୟାର ଗତିରୋଧ କରିବାରୁ ପୁରୀ ଉପରେ କୌଣସି ପ୍ରଭାବ ପଡିନଥିବା ଆଲୋଚନା ହେଉଛି।

NILACHAKRA-1ତେବେ ଗତ ବର୍ଷ ମେ ୩ ତାରିଖ ଫନି ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ । ପୁନରୁଦ୍ଧାର କାର‌୍ୟ୍ୟ ଏବଂ ଜୀବନଯାତ୍ରା ସ୍ୱଭାବିକ ହେବା ପାଇଁ ଦୀର୍ଘ ଦିନ ଲାଗିଗଲା । ପୁରୀ ବାସିନ୍ଦା ଯେଉଁ କଷ୍ଟ ଯନ୍ତ୍ରଣା ଭୋଗିଥିଲେ ତାର ପ୍ରତିଫଳନ ଅମ୍ଫାନ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ଯଦିଓ ପାଣିପାଗ ବିଭାଗ ଏଠାରେ କୌଣସି କ୍ଷୟକ୍ଷତି ହେବ ନାହିଁ ବୋଲି ଜଣାଇଥିଲେ । ତଥାପି ସମସ୍ତଙ୍କ ମନରେ ଗୋଟିଏ ଆଶଙ୍କା ରହିଥିଲା । ତେବେ ବାତ୍ୟା କିଛି ବି କ୍ଷୟକ୍ଷତି ନଘଟାଇ ଚାଲି ଯାଇଥିବାରୁ ସମସ୍ତେ ଏବେ ଆଶ୍ୱସ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.