ପୁଣି ଦେଶଭିତରେ ମେ ୨୫ରୁ ଚଳାଚଳ କରିବ ଘରୋଇ ବିମାନ, ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

କେନ୍ୟୁଜ୍ (ବ୍ୟୁରୋ): ପୁଣି ଦେଶଭିତରେ ମେ ୨୫ରୁ ଚଳାଚଳ କରିବ ଘରୋଇ ବିମାନ। ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ  ଏହି ସୂଚନା ଦେଇଛନ୍ତି। ହରଦୀପ ସିଂ ପୁରୀଙ୍କ କହିବା ମୁତାବକ , ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହନକାରୀ ସଂସ୍ଥାଙ୍କୁ ମେ ୨୫ରୁ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ସୂଚନା ଦିଆଯାଇଛି। ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ  ସଂପୃକ୍ତ ସଂସ୍ଥାଙ୍କୁ  ମନ୍ତ୍ରାଳୟ ପକ୍ଷରୁ ପୃଥକ ଭାବରେ ଏସଓପି ପ୍ରଦାନ କରାଯାଉଛି।

ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେବଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିମ୍ବା କେନ୍ଦ୍ରର ନିଷ୍ପତ୍ତି ନୁହେଁ, ଯେଉଁଠି ଏହିସବୁ ବିମାନ ଉଡ଼ାଣ ଭରିବେ ଏବଂ ଅବତରଣ କରିବେ, ସେହି ରାଜ୍ୟର ରାଜ୍ୟ ସରକାର ମଧ୍ୟ ଏଥି ପାଇଁ ଅନୁମତି ଦେବାକୁ ପ୍ରସ୍ତୁତ ହେବା ଉଚିତ୍ ବୋଲି ଗତକାଲି ଟ୍ବିଟ ଯୋଗେ କହିଥିଲେ ମନ୍ତ୍ରୀ ହରଦୀପ ସିଂ ପୁରୀ।

ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାରରେ ମଙ୍ଗଳବାର ଦିନ ମନ୍ତ୍ରୀ କହିଥିଲେ ଯେ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ ମୁଁ ବ୍ୟକ୍ତିଗତ ଭାବରେ ଅବଗତ ଅଛି । ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଏବଂ ପୂର୍ବରୁ ସୂଚନା ଜାରି କରି ଆମେ କୌଣସି ସମୟରେ ଘରୋଇ ବେସାମରିକ ବିମାନ ଚଳାଚଳ ଆରମ୍ଭ କରିପାରିବୁ ବୋଲି ସେ କହିଥିଲେ । ଏହା ସହ ଘରୋଇ ବିମାନ ଚଳାଚଳ ପୁନଃ ଆରମ୍ଭ କରିବାର ନିଷ୍ପତ୍ତି ନେବାକୁ ହେଲେ ଆମକୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନେବାକୁ ପଡିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.