ମୃତ୍ୟୁସଂଖ୍ୟା ତାଲିକାର ତିନି ନମ୍ବର ସ୍ଥାନରେ ଭାରତ, ମହାରାଷ୍ଟ୍ରରେ ଯାଇଛି ସର୍ବାଧିକ କରୋନା ଆକ୍ରାନ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଏକ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯୬ରେ ପହଞ୍ଚିଛି । ଯାହା ବିଶ୍ୱରେ ୧ ଲକ୍ଷରୁ ଅଧିକ ମୃତ୍ୟୁସଂଖ୍ୟା ତାଲିକାର ତିନି ନମ୍ବର ସ୍ଥାନକୁ ଚାଲି ଆସିଛି । ପ୍ରଥମ ସର୍ବାଧିକ ମୃତ୍ୟୁହାରରେ ଆମେରିକା ଥିବା ବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ୍‌ । ହେଲେ କରୋନା ମୃତ୍ୟୁ ହାରରେ ଆଗରେ ରହିଛି ବ୍ରାଜିଲ୍‌ । ଏଠାରେ କରୋନା ମୃତ୍ୟୁ ହାର ୨.୯୯ ପ୍ରତିଶତ ଥିବା ବେଳେ ଆମେରିକାରେ ମୃତ୍ୟୁ ହାର ରହିଛି ୨.୮୪ ପ୍ରତିଶତ ।

ଭାରତରେ ୧.୫୬ ପ୍ରତିଶତ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି । ସାରା ବିଶ୍ୱରେ ୨.୯୮ ପ୍ରତିଶତ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ଦେଶରେ କରୋନା ମୃତ୍ୟୁ ହାରରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ୯୨୨ ଥିବାବେଳେ ରାଜ୍ୟରେ ଏଯାଏ ୩୭ ହଜାର ୫୬ ଜଣଙ୍କ ଜୀବନ ଗଲାଣି । ମହାରାଷ୍ଟ୍ରରେ କରୋନା ମୃତ୍ୟୁହାର ୨.୬ ପ୍ରତିଶତ ରହିଛି । କରୋନା ମୃତ୍ୟୁର ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ ।

brainଏହା ତଳକୁ ରହିଛି କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ପରି ରାଜ୍ୟ । ୨୦୦ ଦିନ ମଧ୍ୟରେ ଦେଶରେ ଏକ ଲକ୍ଷ ଛୁଇଁଛି କରୋନା ମୃତ୍ୟୁ । ୨୦ଟି ଜିଲ୍ଲାରେ କରୋନା ମୃତ୍ୟୁ ୪୦ ପ୍ରତିଶତରୁ ଅଧିକ ରହିଛି । ମେଟ୍ରୋ ସହର ମଧ୍ୟରୁ ମୁମ୍ବାଇରେ କରୋନା ମୃତ୍ୟୁ ସର୍ବାଧିକ ୯ ହଜାର ୧୪ ରହିଛି । ଦିଲ୍ଲୀରେ ୫ ହଜାର ୪୩୮ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଚେନ୍ନାଇରେ ୩ ହଜାର ୨୩୮, ବେଙ୍ଗାଳୁରୁରେ ୩ ହଜାର ୨୪ ଓ କୋଲକାତାରେ ୧୭୩୭ ଜଣଙ୍କ ଜୀବନ କରୋନା ଯୋଗୁ ଯାଇଛି । ଦେଶରେ କରୋନା ମୃତ୍ୟୁ ଏକ ଲକ୍ଷ ଟପିଥିବା ବେଳେ ବିଶ୍ୱରେ ଏହି ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପାର କରିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.