ସ୍ଥିର ରହିଛି ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ରାଜ୍ୟ ତୈଳ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୂଚନା ମୁତାବକ ପେଟ୍ରୋଲ ଦରରେ ଗତ ୧୧ଦିନ ଧରି ବଡ ଧରଣର ପରିବର୍ତ୍ତନ ହୋଇନାହିଁ। ଏନେଇ ଆଜି ପେଟ୍ରୋଲ ଦର ୮୧.୦୬ ଟଙ୍କା ଥିବା ବେଳେ ଡିଜେଲ୍‌ ଦର ମଧ୍ୟ ୭୦.୪୬ ଟଙ୍କାରେ ସ୍ଥିର ରହିଛି।

ଜାଣନ୍ତୁ ପ୍ରମୁଖ ସହରମାନଙ୍କରେ କେତେ ରହିଛି ମୂଲ୍ୟ

ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ପ୍ରତି ଲିଟର ପିଛା ୭୦.୪୬ ଟଙ୍କା ଥିବା ବେଳେ ପେଟ୍ରୋଲ ଦର ୮୧.୦୬ ଟଙ୍କା ରହିଛି। ସେହିଭଳି କୋଲକାତାରେ ଡିଜେଲ ଦର ୭୩.୯୯ ଟଙ୍କା ଥିବା ବେଳେ ପେଟ୍ରୋଲ ଦର ୮୨.୫୯, ମୁମ୍ବାଇରେ ଡିଜେଲ୍ ଦର ୭୬.୮ ଟଙ୍କା ଏବଂ ପେଟ୍ରୋଲ ଦର ୮୭.୭୪ ଟଙ୍କା ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା ୭୫.୯୫ ଏବଂ ପେଟ୍ରୋଲ ଦର ୮୪.୧୪ ଟଙ୍କା ରହିଛି। ସେହିଭଳି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା୦୬ ପଇସା ଥିବା ବେଳେ ଡିଜେଲ୍ ଦର ଲିଟର ପିଛା ୭୬ ଟଙ୍କା୮୬ ପଇସା ଥିବା ରେକର୍ଡ ହୋଇଛି।

Petrolକେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ କ’ଣ ତାହା ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।