Below header

ପୁଣି ଫେରିବକି ଲକଡାଉନ?, ଜଣନ୍ତୁ କଣ ଘଟିପାରେ ଆଗକୁ

କେନ୍ୟୁଜ(ବ୍ୟୁରୋ): ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେଉଛି। କିନ୍ତୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ଶୁଣିବାକୁ ମିଳୁଛି ସରକାର ସର୍ତ୍ତମୂଳକ ଭାବେ ଏହି ଲକଡାଉନ ଉଠାଇବାକୁ ଯାଉଛନ୍ତି। କିନ୍ତୁ ମେ ୧୫ ତାରିଖରୁ ଦ୍ୱିତୀୟ ଥର ଲାଗି ସରକାର ଦେଶରେ ଲକଡାଉନ୍ ଘୋଷଣା କରିପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମରୁ ସୂତ୍ରରୁ ଜଣାପଡିଛି। ହେଲେ ଏନେଇ ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ବିଷୟରେ ଆଲୋଚନା ନେଇ ପ୍ରିଲ ୩ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ୧୬ ଜଣିଆ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଯେଉଁଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ନିକଟରେ ଲକଡାଉନ୍ ବୃଦ୍ଧି ହୋଇପାରେ ବୋଲି ସୋସିଆଲ ମିଡିଆରେ ଖବର ଘୁରି ବୁଲୁଥିଲା ।କିନ୍ତୁ ଏହି ଖବରକୁ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ସଚିବ ଖଣ୍ଡନ କରିଥିଲେ । ତେବେ ଆଗାମୀ ଦିନରେ ଆଉ କିଛି ସେବା କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ଯୋଗାଇବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି।

modiଉଦାହରଣ ସ୍ୱରୂପ ସପିଂ ମଲ୍ ଖୋଲା ରହିବ। ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ହିଁ ମଲ କର୍ତ୍ତୃପକ୍ଷ ବିକ୍ରି କରିବା ନେଇ ନିୟମ ରହିବ ବୋଲି ଆକଳନ କରାଯାଉଛି। ବିମାନ ସେବା ଆରମ୍ଭ ହୋଇପାରେ କିନ୍ତୁ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ। ଏଥିସହ ଆନ୍ତଃରାଜ୍ୟ ବିମାନ ସେବା ପାଇଁ ମଧ୍ୟ ଗାଇଡ୍ ଲାଇନ୍ ଜାରି ହୋଇପାରେ। ଏହି ସବୁ ପ୍ରସଙ୍ଗ ମନ୍ତ୍ରୀ ପରିଷଦରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏ ବାବଦରେ ସରକାରଙ୍କ ତରଫରୁ କିଛି କୁହାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.