Below header

କରୋନା ଭାଇରସ ଉପରେ ରିଲିଜ ହେଲା ନୂଆ ଗୀତ ‘ନଇୟା ପାର କରୋନା’, ଆପଣଙ୍କ ହୃଦୟକୁ ବି ନିଶ୍ଚୟ ଛୁଇଁବ, ଥରେ ଦେଖନ୍ତୁ ଏହି ଭିଡ଼ିଓ

ବର୍ତ୍ତମାନ ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଅଭିନେତା ପରିତୋଷ ତ୍ରିପାଠୀ ଏକ ଗୀତ ଲେଖିଛନ୍ତି। କିନ୍ତୁ ତାହା କେବଳ ଏକ ଗୀତ ନୁହେଁ, ବରଂ ଏକ ପ୍ରକାର ପ୍ରାର୍ଥନା, ଯାହାର ଅର୍ଥ ହେଉଛି, ‘ଈଶ୍ୱର ଏହି ସଙ୍କଟରୁ ସଂସାରକୁ ଉଦ୍ଧାର କରନ୍ତୁ’। ଏହି ମ୍ୟୁଜିକ ଭିଡ଼ିଓର ଶୀର୍ଷକ ରହିଛି, ‘ନଇୟା ପାର କରୋନା’। ଏହାର ଗାୟକ ଏବଂ ସଂଗୀତକାର ବୃଜେସ ଶାନ୍ଦିଲ୍ୟ ଥିବା ବେଳେ କନସେପ୍ଟ ଓ ନିର୍ଦ୍ଦେଶନା ଦେଇଛନ୍ତି କୁନାଲ ହ୍ରଦୟ।

video courtesy: youtube

ପରିତୋଷ କହିଛନ୍ତି, ‘ଗୀତ ଲେଖିବା ପରେ ମୁଁ ମୋ ଭାଇ ବୃଜେସ ଶାନ୍ଦିଲ୍ୟଙ୍କୁ ଫୋନ କରି ଗୀତର ବୋଲ ଶୁଣାଇଥିଲି। ତାଙ୍କୁ ବି ଭଲ ଲାଗିଥିଲା। ତେଣୁ ଆମେ ଏହାକୁ କରୋନା ପ୍ରାର୍ଥନା ରୂପରେ ନେବା ପାଇଁ ନିଷ୍ପତ୍ତି ନେଲୁ। ଏହାର ନିର୍ଦ୍ଦେଶନା ଆମ ସାଙ୍ଗ କୁନାଲ ହ୍ରଦୟ ଦେଇଛନ୍ତି। ଏହି ପ୍ରାର୍ଥନା ମ୍ୟୁଜିକ ଭିଡ଼ିଓ ଡିଜିଟାଲ ମିଡିଆରେ ରିଲିଜ ହୋଇଯାଇଛି’।

13

12

ସେ ଆହୁରି କହିଥିଲେ ଯେ ‘ଗୀତର ବୋଲ ଲେଖୁଥିବା ବେଳେ ମୁଁ ଭାବୁକ ହୋଇଯାଇଥିଲି ଏବଂ ନିଜ ଲୁହକୁ ରୋକିପାରି ନ ଥିଲି। କାରଣ ଏହାର ବୋଲ ହୃଦୟକୁ ଛୁଇଁଯାଇଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.