୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌, କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ

ଭବନେଶ୍ବର: ୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟ କରାଯାଉଛି । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨୦୦ଲେଖାଏଁ ଜରିମାନା ଓ ୩ ଥର ପରେ ୫୦୦ ଲେଖାଏଁ ଜରିମାନା ଆଦାୟ କରାଯିବ । ସେପଟେ ପରିବା ଓ ଗ୍ରୋସରୀ ସାମଗ୍ରୀ ଆଣିବା ପାଇଁ ବାଇକ୍‌ ମଧ୍ୟ ମନା କରାଯାଇଛି । ଏହାସହ ଲୋକଙ୍କ ସୁବିଧା ପାଇଁ ଘରେ ଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.