Below header

ଆଗାମୀ ସପ୍ତାହ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଗାମୀ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ପଜେଟିଭ୍‌ ସଂଖ୍ୟା କମ୍‌ ଆସେ ତେବେ ଓଡ଼ିଶା କରୋନା ବିରୋଧ ଲଢ଼େଇରେ ତାର ଲକ୍ଷ୍ୟରେ ପହଞ୍ଚି ପାରିଲା ବୋଲି କୁହାଯିବ । ଏକଥା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଆଶା କରିବି ବର୍ତ୍ତମାନ ଭଳି ଆସନ୍ତା ଦିନଗୁଡ଼ିକରେ ମଧ୍ୟ ନିୟମକୁ ସମସ୍ତେ ପାଳନ କରିବେ । ରାଜ୍ୟରେ ଅଧିକ କୋଭିଡ୍‌ ହସପିଟାଲ ହେବା ଫଳରେ ଆଉ କୌଣସି ପଜେଟିଭ୍‌ଙ୍କୁ ଭୁବନେଶ୍ୱର କି କଟକ ଆସିବା ଦରକାର ପଡ଼ିବ ନାହିଁ । ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ପାଇ ପାରିବେ । ଆଗାମୀ ୨୦ ତାରିଖ ଭିତରେ ରାଜ୍ୟରେ ଆଉ ୧୧ଟି କୋଭିଡ୍‌ ହସପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ବିଭିନ୍ନ କୋଭିଡ୍‌ ହସପିଟାଲରେ କିଭଳି ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଅଧିକ ବିବରଣୀ ଦେଇଥିଲେ । ସେହିପରି କୋଭିଡ୍‌ ହସପିଟାଲରେ କାମ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିର ପରିବାରମାନଙ୍କୁ ଧୈର୍ଯ୍ୟ ଧରିବା ସହ ଡାକ୍ତରମାନଙ୍କ ଉପରେ ବିଶ୍ୱାସ ରଖିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।
ତେବେ ପଜେଟିଭ୍‌ ବ୍ୟକ୍ତି ନିଜ ଘରେ ରହି ଚିକିତ୍ସାତ ହେବା ଠିକ୍‌ ହେବ ନାହିଁ । କାରଣ କୌଣସି ଏମର୍ଜେନସୀ ପଡ଼ିଲେ କେବଳ ଡାକ୍ତରଖାନାରେ ହିଁ ଚିକିତ୍ସା ଯୋଗାଇ ଦେଇ ହେବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.