ଲକଡାଉନ ପରେ କାର ଏବଂ ମୋଟରସାଇକେଲର ବଢ଼ିପାରେ ଚାହିଦା, ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

କାରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ଲକଡାଉନର ଅବଧି ଶେଷ ହେବକୁ ଅଟୋମୋବାଇଲ ସେକ୍ଟର ଲମ୍ବା ସମୟ ଧରି ଅପେକ୍ଷା କରିଛି। ରିପୋର୍ଟ ଅନୁଯାଇ କାରୋନା ଭାଇରସ ପାଇଁ ଲୋକଙ୍କ ଠାରେ ସାମାଜିକ ଦୂରତା ବଢିବ। ସାମାଜିକ ଦୂରତା ବଢିବା ଦ୍ୱାରା ଦେଶରେ ଶସ୍ତା କାର ଏବଂ ମୋଟର ସାଇକେଲ ବିକ୍ରିରେ ଅଧିକ ଲାଭ ହେବ। ଏହାସହିତ ସେକେଣ୍ଡ ହ୍ୟାଣ୍ଡ କାର ବିକ୍ରି ମଧ୍ୟ ବଢିଯିବାର ଅନୁମାନ କରାଯାଉଛି।

ବଢ଼ିପାରେ ପର୍ସନାଲ ଭେଇକିଲର ଚାହିଦା

karହିରୋ ମୋଟରକର୍ପର ଚେୟାରମ୍ୟାନ ପୱନ ମୁଁଜଲ ଜାରି କରିଥିବା ବୟାନରେ କହିଛନ୍ତି ଯେ ଲକଡାଉନ ପରେ ଟ୍ରାଭେଲିଙ୍ଗ କରିବାର ତରିକା ବଦଳିଯାଇପାରେ। କାହିଁକିନା ଲୋକମାନେ କାରୋନା ଭୟରେ ଆହୁରି କିଛି ସମୟ ପାଇଁ ସାମାଜିକ ଦୂରତା ରକ୍ଷା କରିବେ। ଏମିତିରେ ପର୍ସନାଲ ଭେଇକିଲର ଡିମାଣ୍ଡ ଅଧିକ ବଢିଯିବ।

ସେକେଣ୍ଡ ହ୍ୟାଣ୍ଡ କାର ଏବଂ ଟୁ-ହୁଇଲର ବିକ୍ରି ମଧ୍ୟ ଅଧିକ ବଢ଼ିପାରେ

ହୋଣ୍ଡା ମୋଟରସାଇକେଲସ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ସେକେଣ୍ଡ ହ୍ୟାଣ୍ଡ ଟୁ-ହୁଇଲର୍ସ ବିଜିନେସ ମଧ୍ୟ ଅଧିକ ବଢ଼ିପାରେ। ଯାହା ଏବେ ବହୁତ ମାତ୍ରାରେ ଅସଙ୍ଗଠିତ ରହିଛି। ଏହାସହିତ ଏମିତି ସ୍ଥିତିରେ ସେକେଣ୍ଡ ହ୍ୟାଣ୍ଡ କାର ଏବଂ ଏସୟୁଭି ର ଡିମାଣ୍ଡ ବଢିଯାଇପାରେ।

You might also like