Below header

ସସପେଣ୍ଡ ହେଲା କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ଟୁଇଟର ଆକାଉଣ୍ଟ, ଏହି ଅଭିନେତାଙ୍କ ଝିଅ କରିଥିଲେ ଗୁରୁତର ଅଭିଯୋଗ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜର ବିବାଦୀୟ ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଟୁଇଟରରେ ସବୁ କଥା ଉପରେ ମନଇଚ୍ଛା ରାୟ ରଖିଥାନ୍ତି। ବର୍ତ୍ତମାନ ଦେଶରେ ଲକଡାଉନ ଯୋଗୁ ରଙ୍ଗୋଲି ଟୁଇଟରରେ ବହୁତ ଆକ୍ଟିଭ ରହୁଥିବା ନଜର ଆସୁଛନ୍ତି। ତେବେ ତାଙ୍କର ଏକ ଭୁଲ ଟୁଇଟ ତାଙ୍କୁ ଅସୁବିଧାରେ ପକାଇ ଦେଇଛି। ଏବେ ସେ ଆଉ କୌଣସି ବି ଟୁଇଟ କରିପାରିବେ ନାହିଁ। କାରଣ, ତାଙ୍କର ଟୁଇଟର ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଛି।

o14 ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଦେଶରେ ଲକଡାଉନ ଅବଧିକୁ ବଢ଼ାଇ 3 ମେ’ କରିଦେଇଥିଲେ, ସେତେବେଳେ ମୁମ୍ବାଇର ବାନ୍ଦ୍ରା ରେଲୱେ ଷ୍ଟେସନରେ ପ୍ରବାସୀ ଶ୍ରମିକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡକୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। କରୋନା ଭିତରେ ହଜାର ହଜାର ଶ୍ରମିକ ରୁଣ୍ଡ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ସେହି ସମୟରେ ରଙ୍ଗୋଲି ଏକ ଫଟୋ ସହିତ ବିବାଦୀୟ ଟୁଇଟ କରିଥିଲେ।

ଏହାପରେ ପ୍ରସିଦ୍ଧ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫାରା ଖାନ ଅଲ୍ଲୀ ଟୁଇଟରରେ ଅଭିଯୋଗ କରିଥିଲେ କି, ରଙ୍ଗୋଲିଙ୍କ ଟୁଇଟର ଆକାଉଣ୍ଟ ସସପେଣ୍ଡ କରି ଦିଆଯାଉ। ଏଥିପାଇଁ ସେ ଟୁଇଟରକୁ ଧନ୍ୟବାଦ ମଧ୍ୟ ଦେଇଥିଲେ। ତେବେ କଥାଟି ହେଲା, ରଙ୍ଗୋଲି ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଥିଲେ କି, ‘ସେହି ଲୋକଙ୍କୁ ରୋକନ୍ତୁ ନାହିଁ, ଯିଏ ନିଜେ ମରିବାକୁ ଚାହୁଁଛନ୍ତି। କିନ୍ତୁ କୌଣସି ବି ପରିସ୍ଥିତିରେ ସେହି ଲୋକମାନଙ୍କ ଭାଇରସକୁ ଅନ୍ୟ ରାଜ୍ୟ ପର୍ଯ୍ୟନ୍ତ ଯିବାକୁ ଦିଅନ୍ତୁ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.