Below header

ସାବଧାନ ଏଣିକି ପଦାକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ଜରୁରୀ, ଏପ୍ରିଲ ୯ରୁ ଓଡ଼ିଶାରେ ଲାଗୁହେବ ଏହି କଡା ନିୟମ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ବଢିଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଣିକି ବିନା ମସ୍କରେ ବାହାରେ ବୁଲିପାରିବେନି କୌଣସି ଲୋକେ। ଆସନ୍ତା ୯ ଏପ୍ରିଲ ସକାଳ ୭ଟା ଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର ।ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନିର୍ଦ୍ଦେଶନାମା  ଜାରି କରିଛି । ଯେଉଁଥିରେ ଉଲ୍ଲେଖ ରହିଛି ଲୋକମାନେ ବାହାରୁ ଯିବାବେଳେ ମୁହଁକୁ ମାସ୍କ ଦ୍ୱାରା ଆବୃତ କରିବା ବାଧ୍ୟତାମୂଳକ । ଯଦି କାହା ପାଖରେ ମାସ୍କ ନାହିଁ ତେବେ ସେମାନେ ରୁମାଲକୁ ଦୁଇ ପରସ୍ତ କରି କିମ୍ବା ଘରେ ତିଆରି ହୋଇଥିବା ମାସ୍କ ପିନ୍ଧିପାରିବେ ।

mask2
ଯଦି କେହି ଡିସପୋଜେବଲ ମାସ୍କ ବ୍ୟବହାର କରୁଛନ୍ତି ତେବେ ସେମାନେ ତାହାକୁ ସଠିକଭାବେ ନଷ୍ଟ କରିବା ଉପରେ ଗୁରୁତ୍ୱ ଦେବେ । ସେହିପରି ଯେଉଁମାନେ କପଡ଼ା ତିଆରି ମାସ୍କ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ଭଲଭାବେ ସାବୁନ ବା ଡିଟରଜେଣ୍ଟ ଦ୍ୱାରା ସଫା କରି ଅତିକମରେ ୫ ଘଣ୍ଟା ଖରାରେ ଶୁଖାଇବେ । ଜଣକର ମାସ୍କ ଅନ୍ୟଜଣେ ବ୍ୟବହାର କରିପାରିବେ ନାହିଁ । ଲୋକମାନେ ଏହି ନିର୍ଦ୍ଦେଶନାମକୁ କିପରି ପାଳନ କରୁଛନ୍ତି ତାହାର ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ,ପୌର ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.