ଅଗଷ୍ଟ ଆଣୁଛି ଆଶ୍ୱସ୍ତିକର ଖବର! ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ଜୁଲାଇ ପରେ ଅଗଷ୍ଟ ଆଣୁଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ୧ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୩୪ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୭୯ ପ୍ରତିଶତ ।

୨୪ ଘଣ୍ଟାରେ ୬୬ ହଜାର ୦୬୩ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ କଟକରୁ ୮୧, ବାଲେଶ୍ୱରରୁ ୬୨ ରହିଛି କରୋନା କେସ୍‌ । ରାଜ୍ୟରେ ୧୨ ହଜାର ତଳେ ରହିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୧୧ ହଜାର ୪୮୬ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.