ଭଲ କାମ ଦେଉଛି ରୁଷିଆର କୋଭିଡ୍ ଭ୍ୟାକସିନ୍‌, ସାଇଡ୍ ଇଫେକ୍ଟ ନାହିଁ

ବିଶ୍ୱରେ ପ୍ରଥମ କରି ଆସିଥିବା କୋଭିଡ୍ ଭ୍ୟାକସିନ୍ ଲୋକଙ୍କୁ ସୁସ୍ଥ କରିବାରେ ଭଲ କାମ ଦେଉଛି । ରୁଷିଆ ଦ୍ୱାରା ପ୍ରସ୍ତୁତ ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏହି ଟିକାର ଭଲ ଭାବେ ଯାଞ୍ଚ କରାଯିବା ପରେ ଏ ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆହୁରି ମଧ୍ୟ ଏହି ଟିକା ଦିଆଯିବା ପରେ ଶରୀରରେ କରୋନା ଭାଇରସ୍ ସଂକ୍ରମଣକୁ ନଷ୍ଟ କରିପାରୁଥିବା ଲକ୍ଷ୍ୟ କରାଯାଇଛି । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଉଛି ।

ଲାନସେଟ ମେଡିକାଲ ଜର୍ଣ୍ଣାଲରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶିତ ହୋଇଛି । ଭ୍ୟାକସିନ୍‌ର ପ୍ରଥମ ଓ ଦ୍ୱିତୀୟ ଟ୍ରାଏଲ୍ ପରେ ଟିକା ସମ୍ପର୍କରେ ଅନୁକୂଳ ତଥ୍ୟ ଆସିଛି । ପୂର୍ବରୁ ରୁଷିଆ ଯେତେବେଳେ ଏହି ଭ୍ୟାକସିନ୍ ଛାଡ଼ିବ ବୋଲି ଘୋଷଣା କଲା ସେତେବେଳେ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା । ତୃତୀୟ ପର‌୍ୟ୍ୟାୟ ଟ୍ରାଲ୍ ବିନା ଗତ ମାସ କିଭଳି ଭାବେ ଏହାକୁ ରୁଷିଆ ସରକାର ଅନୁମୋଦନ କଲେ ତାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ । ଏବେ କିନ୍ତୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିନ୍ତୁ ଏହି ଭ୍ୟାକସିନ୍‌କୁ ପ୍ରଶଂସା କରିଛନ୍ତି । ଯାହାର ନାଁ ରହିଛି ‘ସ୍ପୁଟନିକ୍‌-ଭି’ ।

ଗତ ଜୁଲାଇ ମାସରେ ୭୬ ଜଣଙ୍କୁ ଏହି ଭ୍ୟାଭସିନ୍ ଦିଆଯାଇଥିଲା । ସମସ୍ତଙ୍କ ଠାରେ ଆଣ୍ଟିବଡିର ବିକାଶ ହୋଇଥିବା ଜଣାପଡ଼ିଛି । ଶତପ୍ରତିଶତ ସଫଳ ହୋଇଥିବା ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଲକ୍ଷ୍ୟ କରାଯାଇନଥିବା ଏହି ପତ୍ରିକା ଉଲ୍ଲେଖ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.