Below header

ଦେଶର ୮ଟି ରାଜ୍ୟରେ ବଢୁଛି ଆର ଭାଲ୍ୟୁ, ୪୪ଟି ଜିଲ୍ଲାରେ ପଜିଟିଭିିଟି ୧୦%ରୁ ଅଧିକ

ନୂଆଦିଲ୍ଲୀ:ଦେଶରେ ଚିନ୍ତା ବଢାଉଛି କରୋନା R ଭାଲ୍ୟୁ । ଦେଶର ୮ଟି ରାଜ୍ୟରେ ବଢୁଛି ଆର ଭାଲ୍ୟୁ । ଯାହା ଚିନ୍ତାର କାରଣ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପାଲ । ୪୪ଟି ଜିଲ୍ଲା ଏକ ହାଇ କେସ୍‌ ପଜିଟିଭ୍‌ ରିପୋର୍ଟ କରିଛନ୍ତି । କେରଳ, ତାମିଲନାଡୁ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ମିଜୋରାମ, ଜମ୍ମୁ କାଶ୍ମୀର, ପୁଡୁଚେରୀ ଓ ଲାକ୍ଷାଦ୍ୱୀପ ।

ହିମାଚଳ ପ୍ରଦେଶରେ ଆର ଭାଲ୍ୟୁ ସର୍ବାଧିକ ୧.୪ ପ୍ରତିଶତ ରହିଛି । ଦେଶରେ ଆର ଭାଲ୍ୟୁ ୦.୬ ପ୍ରତିଶତ ରହିଲେ ଚିନ୍ତାର କାରଣ ନାହିଁ । କିନ୍ତୁ ଦେଶର ଅଧିକାଂଶ ରାଜ୍ୟରେ ଆର ଭାଲ୍ୟୁ ଯଥେଷ୍ଟ ଅଧିକ ରହୁଛି । ତେଣୁ ସଂକ୍ରମଣ ହାର କମିଥିଲେ ମଧ୍ୟ ବିପଦ ଟଳିନି । ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାରେ ୧ପ୍ରତିଶତ ତଳେ ଆର ଭାଲ୍ୟୁ ଥିବାବେଳେ ଦିଲ୍ଲୀ,ବେଙ୍ଗଲ, ଝାଡଖଣ୍ଡ, ହରିୟାଣା ଓ ନାଗାଲାଣ୍ଡରେ ୧ ଉପରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.