ସୋସିଆଲ ମିଡିଆରେ ନିଜ ଫୋନ ନମ୍ବର ସେୟାର କଲେ ସେହଓ୍ଵାଗ, ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟସମ୍ୟାନ ବୀରେନ୍ଦ୍ର ସିଂ ସେହଓ୍ଵାଗ ସୋସିଆଲ ମିଡିଆରେ ରୁହନ୍ତି ସବୁବେଳେ ଚର୍ଚ୍ଚାରେ। ନିଜର ପୋଷ୍ଟକୁ ନେଇ ଫ୍ୟାନ୍ସମାନଙ୍କୁ ମନୋରଞ୍ଜନ କରିଥାନ୍ତି। ତେବେ ଏସବୁ ମଧ୍ୟରେ ସେ ନିଜ ଟ୍ଵିଟର ଆକାଉଣ୍ଟରେ ଏମିତି ଏକ ପୋଷ୍ଟ କରିଛନ୍ତି , ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମଙ୍ଗଳବାର ଦିନ ବିରେନ୍ଦ୍ର ସେହଓ୍ଵାଗ ଟ୍ଵିଟର ଆକାଉଣ୍ଟରେ ଏକ ଫୋନ ନମ୍ବର ସେୟାର କରିଥିଲେ। ଦେଖନ୍ତୁ ଥରେ ସେହି ପୋଷ୍ଟ।

ଏହି ପୋଷ୍ଟରେ ସେ ଉକ୍ତ ନମ୍ବରକୁ ନିଜ ଫୋନ ନମ୍ବର ବୋଲି କହିଥିଲେ। ଏଭଳି ଭାବେ ନିଜ ଫୋନ ନମ୍ବର ସେୟାର କରିବା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଗଲେ। କିଛି ଜଣ ସେହଓ୍ଵାଗଙ୍କ ଆକାଉଣ୍ଟ ହ୍ୟାକ ହୋଇଯାଇଥିବାର ମଧ୍ୟ କହିଲେ ।

ଏହି ନମ୍ବର ଶେଷରେ ୩୧୯ ସଂଖ୍ୟା ଅଛି। ଯାହା ବିରାଟଙ୍କ ଟେଷ୍ଟ କ୍ରିକେଟରେ ସବୁଠୁ ବେଷ୍ଟ ଷ୍କୋର। ଏବେ ଏହି ନମ୍ବରକୁ ନେଇ ରହିଛି ବେଶ ଚର୍ଚ୍ଚା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହା ସେ ଉଭୟ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ତେବେ ସେହଓ୍ଵାଗ ଏହାକୁ ନେଇ କେବେ ପରଦା ଉଠାଉଛନ୍ତି ତାହା ଦେଖିବା ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.