Below header

କ୍ଵାରେଣ୍ଟାଇନକୁ କେନ୍ଦ୍ର କରି ସରପଞ୍ଚଙ୍କୁ ବାନ୍ଧି ପକାଇଲେ ଗ୍ରାମବାସୀ

ମୟୁରଭଞ୍ଜ(କେନ୍ୟୁଜ ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଉତ୍ୟକ୍ତ ଲୋକେ ସଙ୍ଗରୋଧକୁ କେନ୍ଦ୍ର କରି ସରପଞ୍ଚକୁ ଅଟକ ରଖିବା ସହିତ ତାଙ୍କୁ ବାନ୍ଧି ପକାଇଥିବା ଘଟଣା ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୈସିଙ୍ଗା ଥାନା ଅନ୍ତର୍ଗତ ଅଁଳା ପଂଚାୟତର ରାଇକମା ଗ୍ରାମର ଜଣେ ଯୁବକ ଗୁଜୁରାଟରୁ ଫେରିଥିବା ବେଳେ ତାଙ୍କ ଭାଇ ତାଙ୍କୁ ବାଇକରେ ନେଇ ସାଙ୍ଗରୋଡ଼ କେନ୍ଦ୍ରରେ ଛାଡିଥିଲେ । ତେବେ ଗୁଜୁରାଟ ଫେରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ରହିବା ଉଚିତ ବୋଲି ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଜଣାଇଥିଲେ । କିନ୍ତୁ ସରପଞ୍ଚ ଏହାକୁ ଗୁରୁତ୍ତ୍ୱ ନ ଦେଇଥିବା କହିଥିଲେ ଗ୍ରାମବାସୀ ।

ଆଜି ସରପଞ୍ଚ ଉକ୍ତ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ସହ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ଏବଂ ଉତ୍ୟକ୍ତ ଗ୍ରାମବାସୀ ସରପଞ୍ଚଙ୍କୁ ଏକ ଦୌଡିରେ ବାନ୍ଧି ଦେଇଥିଲେ । ତେବେ ଖବର ପାଇ ବୈସିଙ୍ଗା ଥାନା ପୋଲିସ ଘଟନସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଖବର ମୁତାବକ ଦୁଇଦିନ ତଳେ ରାଇକମା ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.