ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ। କେବେ ଆସିବ ଓ କଣ ପ୍ରଭାବ ରହିବ ସେ ନେଇ ବିଶେଷ ସୂଚନା ନାହିଁ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ୧୬୦୦ରୁ ୨ହଜାର ମଧ୍ୟରେ ରହୁଛି। ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଦେଇଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡ଼ିକ ଦର୍ଶାଉଛି ପାଣ୍ଡାମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦରକାର। ବିଭିନ୍ନ ଦିଗକୁ ଅବଲୋକନ କରିବା ପରେ ଅନଲକ୍‌ ସଂପର୍କରେ ନିଷ୍ପତ୍ତି ନିଆଯିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଓ ଲୋକମାନଙ୍କର କୋଭିଡ୍‌ ଗାଇଡଲାଇନ୍‌ ଅନୁପାଳନକୁ ଦେଖି ନିଷ୍ପତ୍ତି ନେବୁ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ସମସ୍ତ ଡେଥ୍‌ ରିପୋର୍ଟ ଅଡ଼ିଟ୍‌ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ। ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.