ରାସ୍ତାରେ ଚାଲିଲେ ପୁଳା ପୁଳା ମାଛ, ଯିଏ ଯେତେ ପାରିଲା ମନ ଇଚ୍ଛା ବୋହିନେଲା

ବର୍ଷା ହେଲା ମାତ୍ରେ ରାସ୍ତାରେ ପାଣି ଚାଲେ। କିନ୍ତୁ କେବେ ଆପଣ ବର୍ଷା ବେଳେ ରାସ୍ତାରେ ପୁଳା ପୁଳା ମାଛ ଦେଖିଛନ୍ତି କି! ବିଶ୍ୱାସ ଲାଗୁନଥିଲେ ବି କଥାଟି ସତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିର୍ମଳ ସହରରେ। ଏଠାରେ ବର୍ଷା ଯୋଗୁ ରାସ୍ତାରେ ଏତେ ପରିମାଣରେ ମାଛ ଠୁଳ ହୋଇଥିଲେ ଯେ ଯିଏ ଯେତେ ପାରିଲା ମନଇଚ୍ଛା ଘରକୁ ବୋହି ନେଲା।

ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ଏତେ ସଂଖ୍ୟକ ମାଛ ଦେଖି ମତ୍ସ୍ୟଜୀବୀମାନେ ରାସ୍ତାରେ ଜାଲ ପକାଇ ମାଛ ଧରିଥିଲେ। ପରେ ଟ୍ରକରେ ଭରି ବିକିବାକୁ ନେଇଛନ୍ତି। ଆଖ ପାଖର ଲୋକ ମଧ୍ୟ ୫-୬ କେଜି ମାଛ ଘରକୁ ନେଇଛନ୍ତି।

ରିପୋର୍ଟ ମୁତାବକ, ଗାଁ ପାଖରେ ଏକ ପୋଖରୀରେ ମାଛ ଚାଷ ହୋଇଥିଲା। ସେଠାରୁ ପାଖାପାଖି ୨ ବର୍ଷ ହେଲା ମାଛ ଧରାଯାଇନଥିଲା। ବନ୍ୟା ପାଣି ମାଡ଼ି ଆସିବାରୁ ତାହା ପୋଖରୀରେ ବି ପଶିଥିଲା। ଫଳରେ ପୋଖରୀରୁ ମାଛମାନେ ରାସ୍ତାକୁ ଉଠି ଆସିଥିଲେ। ତେବେ ରାସ୍ତା ଉପରେ ଏତେ ସଂଖ୍ୟକ ମାଛ ଚାଲିବା ଦୃଶ୍ୟ ପ୍ରଥମ ତର ପାଇଁ ଦେଖୁଥିବା କହିଛନ୍ତି ଆଉ ଜଣେ ସ୍ଥାନୀୟ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.