ଓଡ଼ିଶାରେ ନାହିଁ ବ୍ଲାକ୍‌ ଫଙ୍ଗସ୍ , ସୂଚନା ଦେଲେ କୋଭିଡ ବୈଷୟିକ ପରାମର୍ଶଦାତା

ଭୁବନେଶ୍ବର: ଓଡ଼ିଶାରେ ନାହିଁ ବ୍ଲାକ୍‌ ଫଙ୍ଗସ। ଓଡ଼ିଶାରେ ବ୍ଲାକ୍‌ ଫଙ୍ଗସ ଦେଖା ଯାଇନାହିଁ। ଆମ ନଜରକୁ ଓଡ଼ିଶାରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ବ୍ଲାକ୍‌ ଫଙ୍ଗସ୍‌ ଆସିନାହିଁ। ଏହା କହିଛନ୍ତି କୋଭିଡ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ପୋଷ୍ଟ କୋଭିଡ ରୋଗୀ ଗୁଜରାଟ ଓ ଦିଲ୍ଲୀରେ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି। SCBକୁ ସ୍ଥାନାନ୍ତର ହେଉଥିବା ରୋଗୀଙ୍କ ଭିତରେ ବ୍ଲାକ୍‌ ଫଙ୍ଗସ୍‌ ନାହିଁ।

ଅନ୍ୟ ରୋଗରେ ବ୍ଲାକ୍‌ ଫଙ୍ଗସ୍‌ ଅଛି। ଏ ନେଇ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଦିଲ୍ଲୀ ଓ ଗୁଜୁରାଟରେ ବ୍ଲାକ ଫଙ୍ଗସ ବା ମ୍ୟୁକୋରମାଇକୋସିସ୍‌ରେ ପୀଡ଼ିତ ଏକାଧିକ ବ୍ୟକ୍ତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ ଡ୍ରଗ୍ସର ଅଧିକ ବ୍ୟବହାର ଯୋଗୁ ସେମାନେ ବ୍ଲାକ ଫଙ୍ଗସର ଶୀକାର ହୋଇଥାନ୍ତି । ଅନିୟନ୍ତ୍ରିତ ଡାଇବେଟିସ ଓ ଇମ୍ୟୁନୋ ସିଷ୍ଟମ ଦୁର୍ବଳ ଥିବା ଲୋକଙ୍କୁ ବ୍ଲାକ ଫଙ୍ଗସ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.